ନୂଆଦିଲ୍ଲୀ: ମହାମାରୀ ବିରୋଧରେ ଏକ ପ୍ରକାର ଯୁଦ୍ଧ ଲଢୁଛି ଭାରତ । ଏପରିସ୍ଥିତିରେ 2 ପଡୋଶୀ ଚୀନ ଓ ପାକିସ୍ତାନ ବଢାଇଛନ୍ତି ଭାରତର ଟେନସନ । ତେବେ ଶତୃପକ୍ଷଙ୍କୁ ମାତ ଦେବାକୁ ରଣନୀତି ଆପଣାଉଛି ଭାରତୀୟ ସେନା । ଆଉ ଏଥିରେ ଭାରତୀୟ ବାୟୁସେନାର ରହିଛି ବେଶ ମହତ୍ବପୂର୍ଣ୍ଣ ଭୂମିକା ।
ଶୁକ୍ରବାର ପିଓକେ ଓ ଚୀନ ସିମାର ଫରୱାର୍ଡ ବେସରେ ଉଡିଛି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30-ଏମକେଆଇ । ପୂର୍ବରୁ ଚୀନ ସେନାର ନାଲି ଆଖିକୁ ଖାତିର ନକରି ଏଲଏସିରେ ଉଡିଥିଲା ସବୁଠୁ ଶକ୍ତିଶାଳୀ ଯୁଦ୍ଧି ବିମାନ ରାଫେଲ ।