ଓଡିଶା

odisha

ETV Bharat / bharat

ବଜାରକୁ ଆସୁଛି ନୂଆ 10 ଟଙ୍କିଆ ନୋଟ

ଖୁବଶିଘ୍ର 10 ଟଙ୍କିଆ ନୂଆ ନୋଟ ଜାରି କରିବ ଆରବିଆଇ । ନୋଟରେ ରହିବ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ଦସ୍ତଖତ ।

By

Published : May 21, 2019, 3:17 AM IST

Updated : May 21, 2019, 5:32 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର @RBI

ନୂଆଦିଲ୍ଲୀ: ବଜାରକୁ ଆସୁଛି ନୂଆ 10 ଟଙ୍କିଆ ନୋଟ । ଯେଉଁଥିରେ ମହାତ୍ମାଗାନ୍ଧିଙ୍କ ଛବି ରହିବା ସହ ଆରବିଆଇର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ । ଏନେଇ ଆରବିଆଇ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆରବିଆଇ ଟ୍ବିଟ ମୁତାବିକ, ନୂଆ ନୋଟ ବଜାରକୁ ଆସିବାପରେ ପୁରୁଣା ନୋଟରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ପୁରୁଣା 10 ଟଙ୍କିଆ ନୋଟର ଆକାର ଯେପରି ଥିଲା ସେହିପରି ରହିବ । ତେବେ 10 ଟଙ୍କିଆ ନୋଟ ଭଳି 200 ଓ 500 ଟଙ୍କିଆ ନୋଟରେ ମଧ୍ୟ ପରିବର୍ତ୍ତନ ହେବ । ଏହାସହ 20 ଟଙ୍କିଆ ନୋଟର ମଧ୍ୟ ନବୀକରଣ ହେବ କିନ୍ତୁ ପୁରୁଣା ନୋଟ ପୂର୍ବପରି ଚାଲୁ ରହିବ ।

20 ଟଙ୍କିଆ ନୋଟର ରଙ୍ଗ ହଳଦିଆ ହେବା ସହ ଏହାର ପଛଭାଗରେ ଦେଶର ସାଂସ୍କୃତିକ ଚିହ୍ନ ଭାବେ ଏଲୋରା ଗୁମ୍ଫାର ଛବି ରହିବ । ଏହାର ସାଇଜ 63 ମିମି ଚଉଡା ଓ 129 ମିମି ଲମ୍ବା ରହିବ । ସେହିପରି ସମସ୍ତ ନୋଟରେ ସ୍ବଚ୍ଛ ଭାରତର ଚିହ୍ନ, ଲୋଗୋ ଓ 20ଟି ଭାଷାରେ ନୋଟର ନାମ ରହିବ । ଏହା ସାଙ୍ଗକୁ ନୋଟର ଆଗ ଭାଗରେ ଆରବିଆଇର ନୂଆ ଗଭର୍ଣ୍ଣରଙ୍କ ଦସ୍ତଖତ ରହିବା ସହ ନୋଟ ମଝିରେ ଥିବା ପଟିରେ ଭାରତ ଓ ଇଣ୍ଡିଆ ହିନ୍ଦି ଓ ଇଂରାଜୀ ଅକ୍ଷରରେ ଲେଖାରହିବ । ନୋଟର ନମ୍ବର ବାଆଁ ପଟରୁ ଡାହାଣପଟ ଛୋଟରୁ ବଡ ଆକାରରେ ଲେଖାରହିବ ।

Last Updated : May 21, 2019, 5:32 AM IST

ABOUT THE AUTHOR

...view details