ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ପୁଣି ଝଟକା । ନିଜ ପଦବୀରୁ ଇସ୍ତଫା ଦେଲେ ଆରବିଆଇ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ । ଅବସରର 6 ମାସ ଆଗରୁ ସେ ଇସ୍ତଫା ଦେଇଛନ୍ତି । ଗତ 7 ମାସ ଭିତରେ ଏଭଳି ଦ୍ବିତୀୟ ଥର ଘଟିଛି । ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ମଧ୍ୟ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଥିଲେ ।
ଆରବିଆଇକୁ ପୁଣି ଝଟକା, ଇସ୍ତଫା ଦେଲେ ଡେପୁଟି ଗଭର୍ଣ୍ଣର
ଗତ 7ମାସ ମଧ୍ୟରେ ଆରବିଆଇକୁ ପୁଣି ଝଟକା । ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ପରେ ଡେପୁଟି ଗଭର୍ଣ୍ଣର ଦେଇଛନ୍ତି ଇସ୍ତଫା ।
କାର୍ଯ୍ୟକାଳ ସରିବା ପୂର୍ବରୁ ପଦବୀରୁ ଇସ୍ତଫା ଦେଇଥିବା ବେଳେ ବିରଳ ଆଚାର୍ଯ୍ୟ ଏନେଇ କୌଣସି କାରଣ ସ୍ପଷ୍ଟ କରିନାହାନ୍ତି । 2017ରେ ଜାନୁଆରୀ 23ରେ ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହେବା ପରେ ଚଳିତ ବର୍ଷ ଡିସେମ୍ବରରେ କାର୍ଯ୍ୟାକାଳ ସରିଥାନ୍ତା । ତେବେ ସେ ଉର୍ଜିତ ପଟେଲଙ୍କ ଟିମର ଏକ ଅଂଶ ବିଶେଷ ଥିଲେ । ତେବେ ସେ ନ୍ୟୁୟର୍କ ୟୁନିଭର୍ସିଟିର ସେଟର୍ନ ସ୍କୁଲ ଅଫ ବିଜନେସରେ ପ୍ରଫେସର ଭାବେ ନିଯୁକ୍ତି ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ତେବେ କିଛି ଦିନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ଏକମତ ନଥିଲେ । ତେଣୁ ସେ ତାଙ୍କର ଅଲଗା ବିଚାରଧାରା ଉପସ୍ଥାପନା କରୁଥିଲେ । ଦୁଇଟି ବୈଠକରେ ଅଭିବୃଦ୍ଧି ଓ ଦରବୃଦ୍ଧି ପ୍ରସଙ୍ଗରେ ଭିନ୍ନ ମତ ରଖିଥିଲେ ସେ ।