ଓଡିଶା

odisha

ETV Bharat / bharat

ମହଙ୍ଗା ପଡିଲା ପାର୍ଟି, ଗିରଫ ହେଲେ 192 ଯୁବକଯୁବତୀ

ମଦ ପାର୍ଟିର ପର୍ଦ୍ଦାଫାସ କରିଛି ନଏଡା ପୋଲିସ । ତେବେ ଏହି ଘଟଣାରେ ନଓଡା ପୋଲିସ 161ଜଣ ପୁରୁଷ ଏବଂ 31 ଜଣ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

By

Published : May 5, 2019, 3:16 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀର ନଏଡା ପୋଲିସର ଏକ ବଡ ସଫଳତା । ମଦ ପାର୍ଟିର ପର୍ଦ୍ଦାଫାସ କରିଛି ନଏଡା ପୋଲିସ । ତେବେ ଏହି ଘଟଣାରେ ନଓଡା ପୋଲିସ 161ଜଣ ପୁରୁଷ ଏବଂ 31 ଜଣ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କୋତବାଲି ଏକ୍ସପ୍ରେସର ଯମୁନା ପୁସ୍ତାର ଏକ ଫାର୍ମ ହାଉସ ଠାରେ ଏହି ପାର୍ଟି ଚାଲିଥିଲା । ଏହି ପାର୍ଟୀରେ ଦିଲ୍ଲୀ , ୟୁପି ଏବଂ ହରିୟାଣାର ମଦ ପରସା ଯାଉଥିଲା । ତେବେ ଖବର ପାଇ ଏସଏସପି ପୋଲିସର 4 ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ପୋଲିସ ସେଠାରୁ 161ଜଣ ପୁରୁଷ ଏବଂ 31 ଜଣ ମହିଳାଙ୍କୁ ଗିରଫ କରିଥିଲେ ।

ତେବେ ଗିରଫ ହୋଇଥିବା ପୁରୁଷ ଏବଂ ମହିଳାମାନେ ବର୍ତ୍ତମାନ ସୁରଜପୁର ସ୍ଥିତ ପୋଲିସ ଷ୍ଟେସନରେ ରହିଛନ୍ତି । ଏପଟେ ଉକ୍ତ ଫାର୍ମ ହାଉସ ମାଲିକ ଅର୍ଜୁନ ୟୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

For All Latest Updates

ABOUT THE AUTHOR

...view details