ଓଡିଶା

odisha

ETV Bharat / bharat

କେରଳ ମୃତହାତୀ ପାଇଁ ନ୍ୟାୟ ମାଗିଲେ ରତନ ଟାଟା

ବାଣ ଭର୍ତ୍ତି ସପୁରୀ ଖାଇ ମୃତ୍ୟୁ ହୋଇଥିବା ହାତୀ ପାଇଁ ନ୍ୟାୟ ମାଗିଲେ ରତନ ଟାଟା । କହିଲେ ଏହା ମଣିଷ ହତ୍ୟା ଭଳି ଅପରାଧ । ଅଧିକ ପଢ଼ନ୍ତୁ...

By

Published : Jun 3, 2020, 9:52 PM IST

Ratan Tata seeks justice for Kerala dead elephant, kerela elephant,  ମୃତ ହାତୀ ପାଇଁ ନ୍ୟାୟ ମାଗିଲେ ରତନ ଟାଟା
କେରଳର ମୃତ ହାତୀ ପାଇଁ ନ୍ୟାୟ ମାଗିଲେ ରତନ ଟାଟା

ହାଇଦ୍ରାବାଦ: କେରଳରେ ଘଟିଥିବା ଅମାନୁଷିକ ଘଟଣାରେ ମର୍ମାହତ ହୋଇଛନ୍ତି ରତନ ଟାଟା । ଯେଉଁଥିରେ କି ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦିଆଯାଇଥିବା ଫଳରେ ହାତୀଟିର ମୃତ୍ୟୁ ହୋଇଥିଲା । ତେବେ ସେହି ନିରୀହ ହାତୀ ପାଇଁ ନ୍ୟାୟ ମାଗିଛନ୍ତି ରତନ ଟାଟା ।

କେରଳର ମୃତ ହାତୀ ପାଇଁ ନ୍ୟାୟ ମାଗିଲେ ରତନ ଟାଟା

ଟାଟା ଟ୍ବିଟ କରି ଲେଖିଛନ୍ତି ଯେ, ‘‘ଏକ ନିରୀହ ନିଷ୍ପାପ ଗର୍ଭିଣୀ ହାତୀକୁ କିଛି ଲୋକ ବାଣ ଭର୍ତ୍ତି ସପୁରୀ ଖୁଆଇବା ଘଟଣାରେ ମତେ ଧକ୍କା ଲାଗିଛି ଓ ମୁଁ ଗଭୀର ଭାବେ ମର୍ମାହତ ହୋଇଛି । ନିରୀହ ଜୀବଙ୍କ ପ୍ରତି ଏପରି ଅପରାଧିକ କାର୍ଯ୍ୟ ମଣିଷ ମାରିବା ଭଳି ଅପରାଧ ଠାରୁ କୌଣସି ପ୍ରକାରେ କମ ନୁହେଁ । ଏଥିରେ ନ୍ୟାୟ ମିଳିବା ଆବଶ୍ୟକ ।’’

ଗତ ମେ 27 ତାରିଖରେ ହାତୀଟିର ମୃତ୍ୟୁ ହୋଇଥିଲା । ଖବର ଟି ପ୍ରଚାରିତ ହେବା ପରେ ସାରା ଦେଶ ଏଥିରେ ମର୍ମାହତ ହୋଇଛି । ତେବେ ଏପରି ଅମାନବୀୟ ଓ ନୃଶଂସ କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣା ପଡିଛି ।

ABOUT THE AUTHOR

...view details