ପାଟଣା: ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ବୁଧବାର ଦିନ ପାଟନାରେ COVID-19 ପଜିଟିଭ ବାହାରିଥିବା ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି। ଦୀର୍ଘ ସମୟ ଧରି ଜ୍ୱର ଓ କାଶରେ ପୀଡିତ ଥିବା ସିଂଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପାଟନାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଥିଲା ଏବଂ COVID-19 ପରୀକ୍ଷା ପାଇଁ ତାଙ୍କ ନମୁନା ମଧ୍ୟ ପଠାଯାଇଥିଲା। ଫଳରେ ବୁଧବାର ତାଙ୍କ ନମୁନା ରିପୋର୍ଟ ପଜିଟିଭ ଆସିବା କଥା ରାଷ୍ଟ୍ରୀୟ ଜନତା ଦଳର ଜଣେ ନେତା କହିଛନ୍ତି।
ଆରଜେଡି ନେତା ରଘୁବନ ପ୍ରସାଦ ସିଂ କୋରୋନା ପଜିଟିଭ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ବୁଧବାର ଦିନ ପାଟନାରେ COVID-19 ପଜିଟିଭ ବାହାରିଥିବା ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି । ଦୀର୍ଘ ସମୟ ଧରି ଜ୍ୱର ଓ କାଶରେ ପୀଡିତ ଥିବା ସିଂଙ୍କୁ ପାଟନାର (AIIMS) ରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ...
ରାଷ୍ଟ୍ରିୟ ଜନତା ଦଳ ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ କୋରୋନା ପଜିଟିଭ
ତେବେ 75 ବର୍ଷୀୟ ଆରଜେଡି ନେତାଙ୍କ ବିଷୟରେ ଏମସ୍ ର ଅଧିକ୍ଷକ କୌଣସି ମନ୍ତବ୍ୟ ଦେଇନାହାଁନ୍ତି, କିନ୍ତୁ ସେ ଉପଯୁକ୍ତ ଚିକିତ୍ସା କରୁଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ସେ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନେତୃତ୍ୱରେ କ୍ୟାବିନେଟରେ କାର୍ଯ୍ୟ କରିଥିବା ଆରଜେଡି ରାଷ୍ଟ୍ରୀୟ ଉପାଧକ୍ଷ ନିକଟରେ ରାଜ୍ୟ ବାହାରେ କୌଣସି ଯାତ୍ରା କରିନାହାନ୍ତି । କିନ୍ତୁ ସେ ଚଳିତ ମାସ ଆରମ୍ଭରୁ ବିହାରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବହୁ ଲୋକଙ୍କୁ ଭେଟିଛନ୍ତି ।