ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ୟେସ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କ ସମ୍ପୂର୍ଣ୍ଣ ପରିବାର ବିରୋଧରେ ଲୁକ ଆଉଟ ନୋଟିସ ଜାରି କରାଯାଇଛି । ଏହି ନୋଟିସ ଜାରି ହେବା ପରେ ହିଁ ରାଣା କପୁରଙ୍କ ଝିଅକୁ ଲଣ୍ଡନ ଯିବା ପୂର୍ବରୁ ଏୟାରପୋର୍ଟରେ ରୋକାଯାଇଛି ।
ୟେସ ବ୍ୟାଙ୍କର ସଙ୍କଟକୁ ନେଇ ରାଣା କପୁରଙ୍କ ସହ ତାଙ୍କ ସମ୍ପୂର୍ଣ୍ଣ ପରିବାର ସନ୍ଦେହ ଘେରରେ ଅଛନ୍ତି । ଏହି ମଧ୍ୟରେ ରାଣାଙ୍କ ଝିଅ ରୋଶନି ଭାରତ ଛାଡି ବିଦେଶ ପଳାଇବା ପାଇଁ ଯୋଜନା କରୁଥିଲେ । ରୋଶନି କପୁର ମୁମ୍ବାଇ ବିମାନବନ୍ଦରରୁ ଲଣ୍ଡନ ଯିବାକୁ ବାହାରୁଥିଲେ । ହେଲେ ତାଙ୍କୁ ଏୟାରପୋର୍ଟରେ ହିଁ ଅଟକ ରଖାଯାଇଛି । ଅନ୍ୟପକ୍ଷେ ରାଣାଙ୍କ ଜ୍ବାଇଁ ଆଦିତ୍ୟ କପୁରଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ନୋଟିସ ଜାରି କରିଦିଆଯାଇଛି ।