ଓଡିଶା

odisha

ETV Bharat / bharat

ମେ 23କୁ ମୋଦି ଦିବସ ଭାବେ ପାଳନ କରାଯାଉ: ବାବା ରାମଦେବ

ମେ 23 ତାରିଖକୁ ମୋଦି ଦିବସ ଭାବେ ପାଳନ କରିବା ପାଇଁ ବାବା ରାମଦେବଙ୍କ ଦାବି । ରାଜନୀତିରେ ଏହି ଦିନଟି ଖୁବ ସ୍ମରଣୀୟ । କାରଣ ଅନ୍ୟ ଦଳକୁ ମାତ ଦେଇ ସବୁ ଆସନ ପୋଛି ନେଇଛି ବିଜେପି । ଆଉ ଦ୍ବିତୀୟ ଥର ପାଇଁ ମୋଦି ପୁଣି ଅକ୍ତିଆର କରିଛନ୍ତି ପ୍ରଧାନମନ୍ତ୍ରୀ ଆସନ।

By

Published : May 27, 2019, 9:54 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଯୋଗଗୁରୁ ବାବା ରାମଦେବ । ମେ 23 ତାରିଖକୁ ମୋଦି ଦିବସ ଭାବେ ପାଳନ କରିବା ପାଇଁ କହିଲେ ବାବା । କାହିଁକି ନା ଲୋକସଭା ନିର୍ବାଚନର ଫଳାଫଳ ଏହି ଦିନରେ ଆସିଥିଲା । ଆଉ ସବୁ ଆସନ ପୋଛି ନେଇଥିଲା ମୋଦିଙ୍କ ଦଳ ଅର୍ଥାତ ବିଜେପି ।

ବିଜେପିର ଏହି ବିଜୟ ଐତିହାସିକ ବୋଲି କହିଛନ୍ତି ବାବା ରାମଦେବ । ତେଣୁ ଏହାକୁ ସବୁଦିନ ମନେ ରଖିବା ପାଇଁ ମୋଦି ଦିବସ ଭାବେ ପାଳନ କରିବା ପାଇଁ ଦାବି କରିଛନ୍ତି । ରାମଦେବ କହିଛନ୍ତି ,ଭାରତୀୟ ରାଜନୀତିରେ ଏହି ଦିନକୁ ମନେ ରଖିବା ପାଇଁ ମୋଦି ଦିବସ ପାଳନ କରାଯାଉ ବୋଲି ମୁଁ ଚାହେଁ ।

ଲୋକତନ୍ତ୍ରରେ ଲୋକଙ୍କ ବିଶ୍ବାସର ଦିନ ମେ 23 । ମୋଦିଙ୍କ ଉପରେ ରହିଛି ଭଗବାନଙ୍କର ଅଶେଷ କୃପା । ପତଞ୍ଜଳୀର ମିଲ୍କ ପ୍ରଡକ୍ଟ ଲଞ୍ଚ ସମୟରେ ସାମ୍ବାଦିକ ସମ୍ମିଳନୀରେ ଏହି ମନ୍ତବ୍ୟ ଦେଇଛନ୍ତି ବାବା ରାମଦେବ ।

For All Latest Updates

ABOUT THE AUTHOR

...view details