ଓଡିଶା

odisha

ETV Bharat / bharat

ମନ୍ତ୍ରୀଙ୍କ ଭାଷଣ ଶୁଣି ହସରେ ଫାଟିଲା ଲୋକସଭା

ବୁଧବାର ଲୋକସଭା ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଭାଷଣ ଦେଇଥିଲେ । ଯାହାକୁ ଶୁଣିବା ପରେ ସଦନରେ ଉପସ୍ଥିତ ସମସ୍ତ ସଦସ୍ୟ ହସିବାକୁ ଲାଗିଥିଲେ ।

By

Published : Jun 19, 2019, 5:34 PM IST

ଫଟୋ ସୌଜନ୍ୟ: ଟ୍ବିଟର@ANI

ନୂଆଦିଲ୍ଲୀ: ନିଜ ମନ୍ତ୍ରୀଙ୍କ ଭାଷଣ ଶୁଣି ହସିଲେ ମୋଦି । ରାହୁଲ ରାନ୍ଧୀ ଏବଂ ସୋନିଆ ଗାନ୍ଧୀ ମଧ୍ୟ ଭାଷଣ ଶୁଣିବା ପରେ ନିଜକୁ ରୋକି ନପାରି ହସିବାରେ ଲାଗିଥିଲେ । ବୁଧବାର ଲୋକସଭା ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଭାଷଣ ଦେଇଥିଲେ । ଯାହାକୁ ଶୁଣିବା ପରେ ସଦନରେ ଉପସ୍ଥିତ ସମସ୍ତ ସଦସ୍ୟ ହସିବାକୁ ଲାଗିଥିଲେ ।

ଭିଡିଓ ସୌଜନ୍ୟ: ଟ୍ବିଟର@ANI

ସୂଚନା ମୁତାବକ, ଓମ୍ ବିର୍ଲା ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରତ୍ୟକ ଦଳର ସାଂସଦ ସଦନରେ ଅଭିଭାଷଣ ଦେଇଛନ୍ତି । ଏହି କ୍ରମରେ ଅଠାୱଲେ ମଧ୍ୟ ବୁଧବାର ନିଜ ଶୈଳୀରେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଏକ କବିତା ପଢିଥିଲେ ଯାହାକୁ ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିରୋଧୀଦଳ ନେତା ସୋନିଆ ଏବଂ ରାହୁଲ ଗାନ୍ଧୀ ପର୍ଯ୍ୟନ୍ତ ସଦନରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ହସୁଥିବାର ଦେଖିବାକୁ ମିଳିଛି ।

ଏହା ସହିତ ଅଠାୱଲେ ରାହୁଲଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି, ରାହୁଲଜି ବହୁତ ପ୍ରୟାସ କରିଥିଲେ, କିନ୍ତୁ ଲୋକତନ୍ତ୍ରରେ ଲୋକଙ୍କ ହିସାବରେ ସରକାର ଗଢାହୁଏ । ଯେତେବେଳେ ଆପଣଙ୍କ ସରକାର ଥିଲା ମୁଁ ଆପଣଙ୍କ ସାଥିରେ ଥିଲି । ନିର୍ବାଚନ ସମୟରେ କଂଗ୍ରେସ ତରଫରୁ ମତେ ନିମନ୍ତ୍ରଣ ମିଳିଥିଲା, କିନ୍ତୁ ମୁଁ ମୋଦି ଲହରକୁ ଦେଖିଥିଲି ବୋଲି କହିଛନ୍ତି ଅଠାୱଲେ ।

ABOUT THE AUTHOR

...view details