ଓଡିଶା

odisha

ETV Bharat / bharat

'ବୁଲେଟ' ଲଢେଇ ଜିତିଲୁ, ଏବେ 'ବାଲାଟ୍‌' ପାଳି

ଲୋକ ଜନଶକ୍ତି ପାର୍ଟି (ଏଲଜେପି) ସୁପ୍ରିମୋ ତଥା କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନ ଆହ୍ବାନ ଦେଇଛନ୍ତି ଯେ କେନ୍ଦ୍ର ସରକାର ବୁଲେଟ୍‌ ଯୁଦ୍ଧ ଜୟ କରିଛନ୍ତି ଏବେ ବାଲାଟ୍‌ ଯୁଦ୍ଧ ବି ଜିତିବ ସରକାର।

By

Published : Mar 4, 2019, 10:48 AM IST

ଡିଜାଇନ ଫଟୋ

ପାଟନା: ସୀମାରେ ଉତ୍ତେଜନା ପରେ ଏବେ ଲୋକସଭା ନିର୍ବାଚନ ପାଇଁ ଟେନସନ୍‌ । ଗୋଟିଏ ପଟେ ଅଘୋଷିତ ଯୁଦ୍ଧ ପରିସ୍ଥିତିରୁ ମୁକୁଳିଛି ଦେଶ । ଅନ୍ୟପଟେ ରାଜନୈତିକ ଦଳର ନିର୍ବାଚନ ଯୁଦ୍ଧ ପାଇଁ ରଣହୁଙ୍କାର। ଏହି କ୍ରମରେ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ସୁପ୍ରିମୋ ତଥା କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନ ଆହ୍ବାନ ଦେଇଛନ୍ତି ଯେ କେନ୍ଦ୍ର ସରକାର ବୁଲେଟ୍‌ ଯୁଦ୍ଧ ଜୟ କରିଛନ୍ତି ଏବେ ବାଲାଟ୍‌ ଯୁଦ୍ଧ ବି ଜିତିବ ସରକାର।

ବିହାରର ଗାନ୍ଧୀ ମୈଦାନରେ ଆୟୋଜିତ ସଙ୍କଳ୍ପ ରାଲିକୁ ଉଦବୋଧନ ଦେଇ ରାମ ବିଳାସ ପାଶୱାନ ମୋଦିଙ୍କ ଶାସନରେ ଦେଶ ସୁରକ୍ଷିତ ରହିଛି ବୋଲି କହିଛନ୍ତି। ଏଠାରେ ଆୟୋଜିତ ସଭାରେ ସେ ଆହୁରି କହିଛନ୍ତି ଆଉ କିଛି ଦିନ ପରେ ଯୁଦ୍ଧ ଆରମ୍ଭ ହୋଇଯିବ। ମୋଦି ସରକାର ଯେପରି ଶତ୍ରୁ ପକ୍ଷ ସହ ବୁଲେଟ ଲଢେଇ ସହଜରେ ଜିତି ନେଇଛି, ସେହିପରି ବାଲାଟ୍‌ ଲଢେଇ ବି ଜିତି ନେବ। ଏହାସହ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ବୁଦ୍ଧ(ଶାନ୍ତି) ପ୍ରିୟ ଅଟନ୍ତି। ମାତ୍ର ଯଦି ଯୁଦ୍ଧ ଆବଶ୍ୟକ ତେବେ ବୁଦ୍ଧଙ୍କ ସହ ଯୁଦ୍ଧକୁ ଅତି ସତର୍କତାର ସହ ସମ୍ଭାଳିବା କୌଶଳ ଆପଣେଇବା କଳା ମୋଦିଙ୍କୁ ବେଶ୍‌ ଭଲ ଭାବରେ ଜଣା ବୋଲି ସେ କହିଛନ୍ତି।

ଏହି ସଭାରେ ସେ ଆହୁରି କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଏନଡିଏ ସରକାର 400ସିଟ୍‌ ଜିତି ଦେଶରେ ସରକାର ଗଠନ କରିବ । ଏହାସହ ବିହାରରେ 40 ଆସନ୍‌ ଜିତିବା କଥା ସେ କହିଛନ୍ତି । ପୁଲୱାମା ଆକ୍ରମଣ ପ୍ରତିଶୋଧ ପରେ ମୋଦିଙ୍କ ଛାତିର ଚଉଡାକୁ ବଢି ଯାଇଥିବା ସେ କହିଛନ୍ତି।ମୋଦିଙ୍କ ଛାତିର ଚଉଡା 56 ଇଞ୍ଚ ନୁହେଁ 156 ଇଞ୍ଚ ବୋଲି ସେ କହିଛନ୍ତି। ଏହି ସମାବେଶରେ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ମହାମେଣ୍ଟକୁ ତାତ୍ସଲ୍ୟ କରି 10 ବିଲୁଆ କେବେ ହେଲେ ଗୋଟିଏ ସିଂହ ସହ ସମାନ ହୋଇ ନପାରେ ବୋଲି କହିଛନ୍ତି ।

For All Latest Updates

ABOUT THE AUTHOR

...view details