ଓଡିଶା

odisha

'ରୁଦ୍ରାଭିଷେକ ପରେ ଜୁନ 10ରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ'

By

Published : Jun 7, 2020, 10:55 AM IST

ପ୍ରତ୍ୟେକ କାର୍ଯ୍ୟ ଆରମ୍ଭରେ ରୁଦ୍ରଭିଷେକ ଆବଶ୍ୟକ । ତେଣୁ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଜୁନ 10 ତାରିଖରେ ରୁଦ୍ରାଭିଷେକ କରାଯିବ ବୋଲି ମହନ୍ତ କମଲ ନୟନ ଦାସ କହିଛନ୍ତି । ଅଧିକ ପଢନ୍ତୁ...

'ରୁଦ୍ରାଭିଶେକ ସହ ଜୁନ 10ରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣା କାର୍ଯ୍ୟ'
'ରୁଦ୍ରାଭିଶେକ ସହ ଜୁନ 10ରୁ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣା କାର୍ଯ୍ୟ'

ଲକ୍ଷ୍ନୌ: ଅଯୋଧ୍ୟାର ରାମ ଜନ୍ମଭୂମୀ ପରିସରରେ ଥିବା କୁବେର ଟିଲା ଉପରେ ବସିଥିବା ଶଶାଙ୍କ ଶେଖରଙ୍କ ମନ୍ଦିରରେ ଜୁନ 10ରେ ରୁଦ୍ରାଭିଷେକ କରାଯିବ ଏହାପରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ପରିସରରେ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଚାଲିଥିବା ସମତଳୀକରଣ ପରେ L & T କମ୍ପାନୀର ଅଧିକାରୀମାନେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମନ୍ଦିର ନିର୍ମାଣ ପ୍ରକ୍ରିୟା ପାଇଁ ପରିସରରେ ଧାର୍ମିକ ରୀତିନୀତି ଆୟୋଜନ କରାଯିବ। ଭଗବାନ ଶିବ ବସିଥିବା ପ୍ରାଚୀନ କୁବେର ଟିଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜୁନ 10ରେ, ମହନ୍ତ କମଲ ନୟନ ଦାସ ଅନ୍ୟ ସାଧୁସନ୍ଥମାନଙ୍କ ସହିତ ପୂଜା ଆରମ୍ଭ କରିବେ ଯାହା ସକାଳ 8ଟା ରୁ ଆରମ୍ଭ ହେବ । ଏହି ପୂଜା 2 ଘଣ୍ଟା ପାଇଁ କରାଯିବ, ଯାହା ପରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସଙ୍କ ଅନୁଯାୟୀ, ପ୍ରଭୁ ରାମ ଲଙ୍କାରେ ବିଜୟ ହାସିଲ କରିବା ପୂର୍ବରୁ ପ୍ରଭୁ ରାମେଶ୍ବରଙ୍କ ସ୍ଥାପନା କରିଥିଲେ ଏବଂ ଅଭିଷେକ କରାଯାଇଥିଲା। ତେଣୁ ମନ୍ଦିର ନିର୍ମାଣ ପୂର୍ବରୁ ଭଗବାନ ଶଶାଙ୍କ ଶେଖରଙ୍କୁ ପୂଜା କରାଯିବ। ସେ କହିଛନ୍ତି ଯେ, ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ଖୋଦିତ ପଥରରୁ ଏହି ମନ୍ଦିର ନିର୍ମାଣ କରାଯିବ।

ମହନ୍ତ କମଲ ନୟନ ଦାସ କହିଛନ୍ତି ଯେ, ପ୍ରତ୍ୟେକ କାର୍ଯ୍ୟ ଆରମ୍ଭରେ ରୁଦ୍ରଭିଷେକ ଆବଶ୍ୟକ । ତେଣୁ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଜୁନ 10 ତାରିଖରେ ରୁଦ୍ରାଭିକ କରାଯିବ । କୋରୋନା ମହାମାରୀ ଶେଷ ହେବା ମାତ୍ରେ ବଡ ଧରଣର କାର୍ଯ୍ୟ କରାଯିବ ।

ରାମଲାଲାଙ୍କ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ, ଭଗବାନ ଶିବଙ୍କୁ ପୂଜା କରିବା ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଉଚିତ ବୋଲି ବିଚାର ରଖାହୋଇଛି । ଯଦିଓ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି, ତଥାପି ଏହାର ପୂଜା ଓ ଆରାଧନା କରିବା ଉଚିତ । ମାର୍ଚ୍ଚ 25 ତାରିଖରୁ, ଯେତେବେଳେ ଶ୍ରୀରାମ ଲାଲା ଅସ୍ଥାୟୀ ମନ୍ଦିରରେ ପ୍ରତିଷ୍ଠିତ ହୋଇଥିଲେ, ସେବେଠାରୁ ଉକ୍ତ ସ୍ଥାନରେ ନିରନ୍ତର ପୂଜାପାଠ ହୋଇଆସୁଛି । କମଲ ନୟନ ଦାସ ତାଙ୍କୁ ଧନ୍ୟବାଦ ଯେ, ସେ ଜୁନ 10ରୁ ରୁଦ୍ରାଭିଷେକ କରିବେ । ସେ ଆହୁରି କହିଛନ୍ତି, ଅଯୋଧ୍ୟାର ସମସ୍ତ ସାଧୁ ସନ୍ଥମାନେ ସମାନ ଢଙ୍ଗରେ ରୀତିନୀତି କରିବା ଉଚିତ, ଯାହାଫଳରେ ପ୍ରଭୁ ରାମ ଲାଲା ଭବ୍ୟ ମନ୍ଦିର ନିର୍ମାଣରେ କୌଣସି ପ୍ରତିବନ୍ଧକ ନଆସେ ।

ABOUT THE AUTHOR

...view details