ନୂଆଦିଲ୍ଲୀ: ଶନିବାର ରାଷ୍ଟ୍ରପତି ଭାବନରେ ପଦ୍ମ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏ ସମ୍ମାନି ପାଇଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । ଓଡିଶାରୁ କମଳା ପୂଜାରୀ, ଦୈତାରୀ ନାୟକ ଓ ଡି.ପ୍ରକାଶ ରାଓଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ 93 ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର ।
ରାଷ୍ଟ୍ରପତି ଭାବନରେ ପଦ୍ମ ପ୍ରଦାନ ସମାରୋହ
ଆଜି ରାଷ୍ଟ୍ରପତି ଭାବନରେ ପଦ୍ମ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମ୍ମାନିତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନୀତ କରିଛନ୍ତି। ଓଡିଶାରୁ କମଳା ପୂଜାରୀ, ଦୈତାରୀ ନାୟକ ଓ ଡି.ପ୍ରକାଶ ରାଓଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ 93 ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର।
ଫଟୋ ସୌଜନ୍ୟ: ଏଏନଆଇ
ଏହାବ୍ୟତୀତ ବାସ୍କେଟ ବଲ ଖେଳାଳି ପ୍ରଶାନ୍ତି ସିଂ ଓ ସମାଜ ସେବା କରୁଥିବା ଏଚ.ଏସ ଫୁଲକା ମଧ୍ୟ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି କ୍ରିକେଟର ଗୌତମ ଗମ୍ଭୀର, ତୀରନ୍ଦାଜୀ ବମବେଲା ଦେବୀ ଲାଇଶ୍ରାମ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ।
ଫୁଟବଲ କ୍ୟାପଟେନ ସୁନିଲ ଚେତ୍ରୀ, ତବଲା ବାଦକ ସ୍ବପନ ଚୌଧୁରୀ, କଳାକାର ମନୋଜ ବାଜପେୟୀ, ପର୍ବତାରୋହୀ ବଚ୍ଚେନ୍ଦ୍ରୀ ପାଲ, ଟ୍ରେଡ ଓ ଇଣ୍ଡଷ୍ଟ୍ରି ବା ଏମଡିଏଚ ମସଲାର ମାଲିକ ଧରମପାଲ ଗୁଲାଟୀ, ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟନ, ଲୋକ ଗୀତିକାର ତେଜନ ବାଇ ପଦ୍ମଶ୍ରୀ ଗ୍ରହଣ କରିଛନ୍ତି ।