ଓଡିଶା

odisha

ଭୂମି ପୂଜନ ପାଇଁ ଶୁଭେଚ୍ଛା ଜଣାଇଲେ ରାମ-ସୀତା

By

Published : Aug 5, 2020, 5:15 PM IST

ଆଜିର ଦିନ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ । କାରଣ ଶ୍ରୀ ରାମ ମନ୍ଦିରର ମୂଳଦୁଆ ସହିତ ସମଗ୍ର ବିଶ୍ବର ଭକ୍ତଙ୍କ ସ୍ବପ୍ନ ପୂରଣ ହେଉଛି। ଏହି ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ବୋଲି ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ କହିଛନ୍ତି ।

ଭୂମି ପୂଜନ ପାଇଁ ଶୁଭେଚ୍ଛା ଜଣାଇଲେ ରାମ-ସୀତା
ଭୂମି ପୂଜନ ପାଇଁ ଶୁଭେଚ୍ଛା ଜଣାଇଲେ ରାମ-ସୀତା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଅଯୋଧ୍ୟା । ମନ୍ଦିର ନିର୍ମାଣ ପାଇଁ ଆଜି ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଜେଇ ହୋଇଛି ଅଯୋଧ୍ୟା ଏବଂ ଦେଶବାସୀ ଉତ୍ସବ ପାଳନ କରୁଛନ୍ତି। ଏହି ଅବସରରେ ରାମାୟଣ ସିରିଏଲର ରାମ ଏବଂ ସୀତା ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଦିପିକା ଚିଖଲିଆ ଟ୍ବିଟ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି।

ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଟ୍ବିଟ କରି କହିଛନ୍ତି, ଆଜିର ଦିନ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ । କାରଣ ଶ୍ରୀ ରାମ ମନ୍ଦିରର ମୂଳଦୁଆ ସହିତ ସମଗ୍ର ବିଶ୍ବର ଭକ୍ତଙ୍କ ସ୍ବପ୍ନକୁ ପୂରଣ ହେଉଛି। ଏହି ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ବୋଲି ସେ କହିଛନ୍ତି ।

ଭୂମି ପୂଜନ ପାଇଁ ଶୁଭେଚ୍ଛା ଜଣାଇଲେ ରାମ-ସୀତା

ସେହିପରି ସୀତା ମାତାଙ୍କ ଭୂମିକାରେ ଅଭିନୟ କରୁଥିବା ଦୀପିକା ଚିଖଲିଆ ମଧ୍ୟ ଏହି ଅବସରରେ ଖୁସି ବ୍ୟକ୍ତ କରିଛନ୍ତି । ଦୀପିକା ତାଙ୍କ ଏକ ଫଟୋ ଟ୍ବିଟରରେ ସେୟାର କରି ଲେଖିଛନ୍ତି, ସମସ୍ତ ଭାରତୀୟଙ୍କ ପାଇଁ ଏହା ଏକ ବଡ଼ ବିଜୟ । ଏହି ଅବସରରେ ଦୀପ ଜାଳିବା ସହ ରାମଙ୍କ ନାମ ଜପ କରିବା ବୋଲି ସେ କହିଛନ୍ତି ।

ଭୂମି ପୂଜନ ପାଇଁ ଶୁଭେଚ୍ଛା ଜଣାଇଲେ ରାମ-ସୀତା

ରାମାୟଣର ଲକ୍ଷ୍ମଣ ଭାବରେ ଜଣାଶୁଣା ସୁନୀଲ ଲହରୀ ମଧ୍ୟ ଟ୍ବିଟ କରି ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ନିଜର ଚିତ୍ର ଏବଂ ରାମ ମନ୍ଦିରର ଏକ ମଡେଲ ସେୟାର କରି ସେ ଲେଖିଛନ୍ତି, '5 ଅଗଷ୍ଟ ଏକ ଐତିହାସିକ ଦିନ । 15 ଅଗଷ୍ଟ ଭଳି, ଏହି ଦିନ ମଧ୍ୟ ଭାରତ ଇତିହାସରେ ସ୍ମରଣୀୟ ହୋଇ ରହିବ। ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ 500 ବର୍ଷ ପୁରୁଣା ସମସ୍ୟାର ସମାଧାନ । ଏଥିପାଇଁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା । ଜୟ ସିୟାରାମ। '

ଭୂମି ପୂଜନ ପାଇଁ ଶୁଭେଚ୍ଛା ଜଣାଇଲେ ରାମ-ସୀତା

ସୂଚନାଯୋଗ୍ୟ ଯେ, ରାମାନନ୍ଦ ସାଗରଙ୍କ 'ରାମାୟଣ' ଏକ ବ୍ଲକବଷ୍ଟର ଥିଲା । ଏହି ଶୋ’ରେ ରାମ ଏବଂ ସୀତା ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ ଏବଂ ଦୀପିକା ଚିଖଲିଆଙ୍କୁ ଲୋକମାନେ ପ୍ରକୃତ ରାମ-ସୀତା ବୋଲି ଭାବୁଥିଲେ ଏବଂ ସେମାନଙ୍କୁ ପୂଜା କରିବା ଆରମ୍ଭ କରିଥିଲେ ।

ABOUT THE AUTHOR

...view details