ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ରୈନିଠାରେ ବରଫ ଅତଡା ଧସିବା ଦ୍ବାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ପ୍ରାକୃତିକ ଦୁର୍ବିପାକରେ ମୃତ୍ୟବରଣ କରିଥିବା 28 ଜଣଙ୍କୁ ରାଜ୍ୟସଭାରେ ସାଂସଦମାନେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଦେଇ ନୀରବ ପ୍ରାର୍ଥନା କରିଛନ୍ତି ।
ଗତ ରବିବାର ସକାଳ 10 ଟା 55 ମିନିଟରେ ଚମୋଲି ଜିଲ୍ଲାର ରୈନିଠାରେ ଏକ ବିରାଟ ବରଫ ଖଣ୍ଡ ଖସିବା ଫଳରେ ହଠାତ ଜଳସ୍ତର ବଢିଯିବାରୁ ଧଉଳିଗଙ୍ଗା ଓ ଅଳକାନନ୍ଦ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ନଦୀକୂଳିଆଙ୍କୁ ସ୍ଥାନ ଖାଲି କରିବାକୁ ପ୍ରଶାସନ ପରାମର୍ଶ ଦେଇଥିଲା । ତେବେ ଏପର୍ଯ୍ୟନ୍ତ ଏହି ଭୟଙ୍କର ଦୁର୍ବିପାକରେ ପ୍ରାୟ 28 ଜଣ ମୃତ୍ୟୁବରଣ କରିଛନ୍ତି । ଏଥିଲାଗି ମଙ୍ଗଳବାର ରାଜ୍ୟସଭା ସଦସ୍ୟ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।