ଓଡିଶା

odisha

ETV Bharat / bharat

ରାଜ୍ୟସଭା ନିର୍ବାଚନ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଆନ୍ଧ୍ରର ଆସିଲା ଫଳାଫଳ

ଆଠଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ନିର୍ବାଚନ ଶେଷ ହୋଇଛି। ଆନ୍ଧ୍ର ପ୍ରଦେଶର 4ଟି ଯାକ ଆସନରେ ଶାସକ ଦଳ ୱାଇଆରଏସ କଂଗ୍ରେସ ବିଜୟୀ ହୋଇଛି ।

By

Published : Jun 19, 2020, 7:10 PM IST

Updated : Jun 19, 2020, 7:31 PM IST

ରାଜ୍ୟସଭା ନିର୍ବାଚନ
ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ଆଠଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ଶୁକ୍ରବାର ନିର୍ବାଚନ ଶେଷ ହୋଇଛି। ରାଜସ୍ଥାନର 3ଟି ରାଜ୍ୟସଭା ଆସନ ମଧ୍ୟରୁ କଂଗ୍ରେସ 2ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ସେହିପରି ମଧ୍ୟପ୍ରଦେଶରେ 3ଟି ରାଜ୍ୟସଭା ଆସନ ମଧ୍ୟରୁ ବିଜେପି ଅଧିନକୁ 2ଟି ଆସନ ଆସିଥିବା ବେଳେ କଂଗ୍ରେସ ଗୋଟିଏରେ ବାଜି ମାରିଛି । ସେପଟେ ଆନ୍ଧ୍ର ପ୍ରଦେଶର 4ଟି ଯାକ ଆସନରେ ଶାସକ ଦଳ ୱାଇଆରଏସ କଂଗ୍ରେସ ବିଜୟୀ ହୋଇଛି ।

ମଧ୍ୟପ୍ରଦେଶରେ ବିଜେପିକୁ 2ଟି ଆସନ ମିଳିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଆସନରେ କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଜିତିଛନ୍ତି । ଅନ୍ୟ ଏକ ଆସନରେ ସୁମେର ସିଂହ ସୋଲଙ୍କି ବିଜୟ ହାସଲ କରିଛନ୍ତି । ସେପଟେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂହ କଂଗ୍ରେସ ପକ୍ଷରୁ ବିଜୟ ହାସଲ କରିଛନ୍ତି ।

ସେପଟେ ରାଜସ୍ଥାନରେ କଂଗ୍ରେସ ଖାତାକୁ ଯାଇଥିବା 2ଟି ଆସନ ମଧ୍ୟରୁ ଗୋଟିଏରେ କେସି ବେଣୁ ଗୋପାଳ ବିଜୟ ହାସଲ କରିଥିବା ବେଳେ ଅନ୍ୟ ଆସନରେ ନୀରଜ ଡାଙ୍ଗୀ ବିଜୟୀ ହୋଇଛନ୍ତି । ସେହିପରି ବିଜେପିର ରାଜେନ୍ଦ୍ର ଗେହଲଟ ବିଜେପି ପକ୍ଷରୁ ବିଜୟୀ ହୋଇଛନ୍ତି ।

ଏହା ବ୍ୟତୀତ ଗୁଜରାଟରୁ ୪ଟି, ଝାଡଖଣ୍ଡ ୨ ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟରୁ ୧ଟି ଲେଖାଏ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏହି ଆସନ ଗୁଡ଼ିକ ପାଇଁ ଭୋଟ୍‍ ଗଣତି ଜାରି ରହିଛି।

Last Updated : Jun 19, 2020, 7:31 PM IST

ABOUT THE AUTHOR

...view details