ଭୋପାଳ: ସୋମବାର ମହାକାଳଙ୍କ ରାଜକୀୟ ଯାତ୍ରା ଉଜୈନରେ ହୋଇଛି । କୋରୋନା ହେତୁ ରଥକୁ ସ୍ବଳ୍ପ ବାଟ ଟାଣି ନିଆଯାଇଥିଲା କିନ୍ତୁ ଏହି ରଥଯାତ୍ରାର ସମ୍ପୂର୍ଣ୍ଣ ରାଜକୀୟ ଢଙ୍ଗୀରେ କରାଯାଇଛି । ମାର୍ଗରେ ନାଲି କପଡା ରଖାଯାଇଥିଲା ଓ ରାସ୍ତାରେ ବାଣ ମଧ୍ୟ ଫୁଟାଯାଇଥିଲା । ଏହି ଯାତ୍ରାରେ ଉମା ଭାରତୀଙ୍କ ସମେତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ତୁଲସୀରାମ ସିଲାୱଟ, କମଲ ପଟେଲ, ମୋହନ ଯାଦବ ଓ ଉଜୈନ ସାଂସଦ ଅନିଲ ଫିରୋଜିଆ ସାମିଲ ହୋଇଥିଲେ ।
ଏହି ଯାତ୍ରା ଅପରାହ୍ନ 4ଟାରୁ ଆରମ୍ଭ ହୋଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାମନାଥରେ ପୂଜାରେ ଯୋଗ ଦେଇଥିଲେ । ସାଧାରଣ ଭକ୍ତଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଥିଲା । ଘରେ ରହି ଦେଖିବାରେ ସୁବିଧା କରିବା ପାଇଁ ମହାକାଳ ମନ୍ଦିର ଆପରେ ଲାଇଭ୍ ବ୍ୟବସ୍ଥା କରାଯାଇଥିଲା ।