ଓଡିଶା

odisha

ଧାରଣରତ ସାଂସଦଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପାଧ୍ୟକ୍ଷ, ପ୍ରଶଂସା କଲେ ମୋଦି

କୃଷି ବିଲକୁ ବିରୋଧ କରି ନିଲମ୍ବିତ ହୋଇଥିବା 8 ସାଂସଦଙ୍କ ଧାରଣା ଜାରି ରହିଛି । ସେମାନଙ୍କୁ ବ୍ୟକ୍ତିଗତ ଭାବେ ଦେଖାକରିବା ସହ ଧାରଣାସ୍ଥଳରେ ଚା’ ଧରି ପହଞ୍ଚିଲେ ଉପାଧ୍ୟକ୍ଷ ହରିବଂଶ ନାରାୟଣ । ସେପଟେ ପିଏମ ମୋଦି ଉପାଧ୍ୟକ୍ଷଙ୍କୁ ପ୍ରଶଂସା କରିବା ସହ କହିଲେ ଶତାବ୍ଦୀ ଧରି ଗଣତନ୍ତ୍ରର ମୂଲ୍ୟବୋଧ ଶିକ୍ଷା ଦେଇଆସିଛି ବିହାର । ଅଧିକ ପଢନ୍ତୁ...

By

Published : Sep 22, 2020, 9:53 AM IST

Published : Sep 22, 2020, 9:53 AM IST

ଧାରଣରତ ସାଂସଦଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପାଧ୍ୟକ୍ଷ
ଧାରଣରତ ସାଂସଦଙ୍କ ପାଇଁ ଚା’ ନେଇ ପହଞ୍ଚିଲେ ଉପାଧ୍ୟକ୍ଷ

ନୂଆଦିଲ୍ଲୀ : କୃଷି ବିଲକୁ ବିରୋଧ କରି ନିଲମ୍ବିତ ହୋଇଥିବା 8 ସାଂସଦଙ୍କ ଧାରଣା ଜାରି ରହିଛି । ସଂସଦର ଗାନ୍ଧୀମୂର୍ତ୍ତି ତଳେ ରାତି ତମାମ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ନିଲମ୍ବିତ ସାଂସଦ । ସେପଟେ ମଙ୍ଗଳବାର(ଆଜି) ସକାଳେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସଂସଦ ପରିସରର ପହଞ୍ଚିଥିଲେ । ନିଲମ୍ବିତ ସାଂସଦଙ୍କ ପାଇଁ ଚା‘ ମଧ୍ୟ ନେଇ ଆସିଥିଲେ ।

ଏନେଇ ଆପ୍‌ ସାଂସଦ ସଞ୍ଜୟ ସିଂ ଟ୍ୱିଟ୍ କରି କହିଛନ୍ତି, ଉପାଧ୍ୟକ୍ଷ ସକାଳେ ଧାରଣା ସ୍ଥାନକୁ ଚା’ ଧରି ଆସିଥିଲେ । ଗୃହରେ ବିଜେପିର ସଂଖ୍ୟା ଗରିଷ୍ଠତା ନଥିଲା ତେଣୁ ବିନା ଭୋଟିଂରେ କୃଷକ ବିରୋଧୀ କଳା ଆଇନକୁ ପାରିତ କରାଗଲା । ଆଉ ଏଥିପାଇଁ କେବଳ ସେମାନେ ଉପାଧ୍ୟକ୍ଷଙ୍କୁ ଦାୟୀ ବୋଲି କହିଛନ୍ତି ସଞ୍ଜୟ । ଉପାଧ୍ୟକ୍ଷ ଚା’ କୁ ନେଇ ସଞ୍ଜୟ କହିଥିଲେ, ଏଠି ବ୍ୟକ୍ତିଗତ ସମ୍ପର୍କ ସୁଧାରବାକୁ ନୁହେଁ, ସେମାନେ ଦେଶରର କୃଷକ ପାଇଁ ବସିଛନ୍ତି। ସରକାର କୃଷକଙ୍କୁ ଧୋକା ଦେଇଛନ୍ତି ।

ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଉପାଧ୍ୟକ୍ଷଙ୍କ ଚା’ ନେବା ଘଟଣାକୁ ପ୍ରଶଂସା କରିଛନ୍ତି । ମୋଦି ଟ୍ବିଟ କରି କହିଛନ୍ତି, ଗତ କିଛି ତଳ ଯେଉଁମାନେ ତାଙ୍କୁ ଆକ୍ରମଣ କରିବା ସହ ଦୁର୍ବ୍ୟବାହର କରିଥିଲେ ଆଜି ସେମାନଙ୍କୁ ସେ ବ୍ୟକ୍ତିଗତ ଭାବେ ଚା’ ଦେଇଛନ୍ତି । ଏହା ଦ୍ବାରା ଉପାଧ୍ୟକ୍ଷ ହରିବଂଶ ନିଜର ଉଦାରତା ଓ ସହୃଦୟର ପ୍ରତିପାଦନ କରିଛନ୍ତି ବୋଲି ପିଏମ କହିଛନ୍ତି ।

ଶତାବ୍ଦୀ ଧରି ଗଣତନ୍ତ୍ରର ମୂଲ୍ୟବୋଧ ଶିକ୍ଷା ଦେଇଆସିଛି ବିହାର। ସେହି ଚମତ୍କାର ନୈତିକତା ଅନୁଯାୟୀ, ବିହାରର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ପ୍ରେରଣାଦାୟକ ବ୍ୟକ୍ତି ଆଜି ସକାଳେ ପ୍ରତ୍ୟେକ ଗଣତନ୍ତ୍ର ପ୍ରେମୀଙ୍କୁ ଗର୍ବିତ କରିଛନ୍ତି।

ରବିବାର ରାଜ୍ୟସଭାରେ 2 କୃଷି ବିଲ ଉପସ୍ଥାପନା କରାଗଲା, ସେତେବେଳେ ଗୃହ ପରିଚାଳନା କରୁଥିଲେ ଉପାଧ୍ଯକ୍ଷ ହରିବଂଶ ସିଂ ନାରାୟଣ । ଏହି ସମୟରେ କୃଷି ବିଲକୁ ବିରୋଧ କରି ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ । ଗୃହର ମଧ୍ୟଭାଗକୁ ଆସି ହୋହ୍ଲାଲା କରି ରୁଲ ବୁକ ଚିରି ଫୋପାଡିବା ସହ ମାଇକ ଭାଙ୍ଗି ଦେଇଥିଲେ । ଏହା ପରେ ରାଜ୍ୟସଭା ଟିଭି ସଂଗଠିତ ହୋଇଥିଲା ଏବଂ ଧ୍ବନୀ ମତରେ କୃଷକଙ୍କ ସହ ଜଡିତ ବିଲ୍ ପାରିତ ହୋଇଥିଲା।

ରବିବାର ରାଜ୍ୟସଭାରେ ହୋଇଥିବା ଏହି ହଟ୍ଟଗୋଳକୁ ନେଇ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଗୃହରେ ବିଶୃଙ୍ଖଳା ଆଚରଣ କରିଥିବା ଯୋଗୁଁ ଟିଏମସି ସାଂସଦ ଡେରିକ ଓ‘ବ୍ରାଇନ, ଆପ ସାଂସଦ ସଞ୍ଜୟ ସିଂ, ରାଜୀବ ସାତଭ, କେକେ ରାଗେଶଙ୍କ ସମେତ 8 ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ । ଏହା ପରେ ସମସ୍ତ ସାଂସଦ ସଂସଦ ପରିସରରେ ରାତିସାରା ଧାରଣାରେ ବସିଛନ୍ତି । ବର୍ତ୍ତମାନ ମଧ୍ୟ ସାଂସଦ ସଂସଦରେ ପ୍ରତିବାଦ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details