ହାଇଦ୍ରାବାଦ: ନଭେମ୍ବର 18 ତାରିଖ ରାଜ୍ୟସଭାର ୨୫୦ ତମ ଅଧିବେଶନ । ସଂସଦର ଉପରିସ୍ଥ ଗୃହରେ ଆରମ୍ଭ ହୋଇଛି 250 ତମ ଶୀତକାଳୀନ ଅଧିବେଶନ । ସ୍ବାଧୀନତା ପରେ ପରେ 1952 ରେ ଉପରିସ୍ଥ ଗୃହର ପ୍ରଥମ ବୈଠକର 7 ଦଶନ୍ଧି ପରେ ଏବେ 250 ତମ ଅଧିବେଶନ ଜାରି ରହିଛି । ଭାରତ ସମଗ୍ର ବିଶ୍ବର ମୋଟ ଜନସଂଖ୍ୟାର 1/7 ଭାଗ ଅଟେ । ଏହି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶର ନାଗରିକ ରାଜ୍ୟସଭା ଦ୍ବାରା ନିଆଯାଉଥିବା ବିଭିନ୍ନ ନିର୍ଣ୍ଣୟ ଓ ନିର୍ଦ୍ଦେଶ ଦ୍ବାରା ଶାସିତ ହୋଇ ଆସୁଛନ୍ତି । ଏହିପରି ଭାବରେ ଦେଶରେ ଉଚ୍ଚ ସଦନ ମାଧ୍ୟମରେ ନାଗରିକଙ୍କ ଜୀବନ ପ୍ରଣାଳୀ ସୂଚାରୁ ରୂପେ ସଂଚାଳନ ଓ ବିଭିନ୍ନ ଆଇନକାନୁନ, ଦିଶାନିର୍ଦ୍ଦେଶ ଦ୍ବାରା ଦେଶ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ ହେଉଛି ।
ଦେଶରେ ଆବଶ୍ୟକୀୟ ନୀତିନିୟମ ପ୍ରଣୟନ ଓ କାର୍ଯ୍ୟକାରିତା ପାଇଁ ଦେଶ ରାଜ୍ୟସଭା ଉପରେ ନିର୍ଭର କରେ । ସୂଚନା ଯେ, କେନ୍ଦ୍ର ସରକାରର ଆଇନପ୍ରଣୟନ ବିଭାଗ ସଂସଦ । ଏହା ରାଷ୍ଟ୍ରପତି, ସଂସଦର ଦୁଇଟି ସଦନ ଯଥା ଲୋକସଭା ଓ ରାଜ୍ୟସଭାକୁ ନେଇ ଗଠିତ । ସଂସଦୀୟ ଶାସନ ପଦ୍ଧତିର ନୀତି ଓ ପ୍ରଥା ଅନୁସାରେ ରାଷ୍ଟ୍ରପତି ସଂସଦର ଏକ ଅଂଶ ।
ଲୋକସଭାକୁ ନିମ୍ନ ସଦନ କୁହାଯାଏ । ଏହା ଲୋକମାନଙ୍କ ପ୍ରତିନିଧିତ୍ଵ କରୁଥିବା ଅଙ୍ଗ । ଲୋକସଭାର ସଦସ୍ୟମାନେ ପ୍ରତ୍ୟକ୍ଷଭାବରେ ଭାରତର ଲୋକମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି । ରାଜ୍ୟସଭା ସଂସଦର ଉପରିସ୍ଥ ଗୃହ । ଏଥିରେ ୨୩୮ଜଣ ସଦସ୍ୟ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ପ୍ରତିନିଧି ଅଟନ୍ତି ଓ ୧୨ଜଣ ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହୋଇଥାନ୍ତି । ସମ୍ବିଧାନ ରଚୟିତା ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରୂପରେଖ ହିଁ ଏହି ଦେଶର ପରିଚୟ ।
ମେ 1952ରେ ରାଜ୍ୟସଭାର ପ୍ରଥମ ବୈଠକରେ ରାଷ୍ଟ୍ରପତି ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏକ ସୁନ୍ଦର ଉକ୍ତି ମାଧ୍ୟମରେ ସଂସଦର ଗାରିମାକୁ ବ୍ୟକ୍ତ କରିଥିଲେ । ସଂସଦ କେବଳ ବିଲ ପାସ୍ କରିବା ସ୍ଥାନ ନୁହେଁ ବରଂ ଏହା ଦେଶର ସମସ୍ତ ନେତା, ପ୍ରତିନିଧିଙ୍କ ପାଇଁ ଏକ ସାଧାରଣତମ ଓ ବ୍ୟବହାର୍ଯ୍ୟ ଆଧାର ଅଟେ । ଯେଉଁସ୍ଥାନରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ଥିତିରେ ପହଞ୍ଚିବା ପାଇଁ ବ୍ୟାପକ ଆଲୋଚନାର ସ୍ଥାନ ଅଟେ ।
ଏହାସହ ସେ ଆହୁରି କହିଥିଲେ ଯେ. ଭାରତର ନାଗରିକଙ୍କ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଓ ସାମଞ୍ଜସ୍ୟପୂର୍ଣ୍ଣ, ସହ-ଅସ୍ତିତ୍ବ କୁ ପ୍ରତିପାଦିକ କରିବା ସ୍ଥାନ ଅଟେ । ରାଜ୍ୟସଭାରେ ପକ୍ଷ, ବିପକ୍ଷ ସମସ୍ତ ସଦସ୍ୟ ପ୍ରତିନିଧିତ୍ବ କରିଥାନ୍ତି । ସଂସଦର ଉଚ୍ଚ ଓ ନିମ୍ନ ସଦନ ଦେଶ ଗଠନ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି ବୋଲି କହିଥିଲେ ।
ରାଜ୍ୟସଭା ଏହାର ନାମକରଣ ଉପରେ ଆଲୋଚନା ଓ ପ୍ରତିକୂଳ ଟିପ୍ପଣୀର ସାମନା ମଧ୍ୟ କରିଛି । 1954ରେ ସ୍ଥାପିତ ହେବାର 2 ବର୍ଷ ଓ 1973ରେ ନାମକରଣ ଉପରେ ପ୍ରଶ୍ନ ଉଠିଥି୍ଲା । ସେହିପରି ବର୍ଷ 1971, 72 ଓ 75ରେ 1981ରେ ଏହାର ନାମକରଣକୁ ନେଇ ଝଡ ଉଠିବା ସହ ପରିବର୍ତ୍ତନ ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ମାତ୍ର ସମସ୍ତ ଉଦାହରଣକୁ ଲୋକସଭା ଦ୍ବାରା ଟାଳି ଦିଆଯାଇଥିଲା ।
ଅନେକ ସମୟରେ ରାଜ୍ୟସଭା ଓ ଲୋକସଭା ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି । ମାତ୍ର ଦୁଇ ସଦନ ପରସ୍ପର ମଧ୍ୟରେ ତାଳମେଳ ରଖି ରାଷ୍ଟ୍ରୀୟ ବିକାଶ ଓ ସମାନ୍ତରତାକୁ ନିଜ ଦାୟିତ୍ବ ସ୍ବରୂପ ଏକତ୍ରିତ ହୋଇ ସମ୍ପାଦିତ କରିଛନ୍ତି । ଏହିଭଳି ଭାବରେ ଦୁଇ ଗୃହ ଲୋକତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବାରେ ସଫଳ ହୋଇଥାନ୍ତି । ଦୁଇ ଗୃହ ମଧ୍ୟରେ ତାଳମେଳର ଉଦାହରଣ ଏହି ପରି ଭାବରେ ପରିଦୃଶ୍ୟ ହୋଇଥାଏ । କୌଣସି ବିଲ୍ କାନୁନ ଉପରେ ନିର୍ଣ୍ଣୟ ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରେ ସାମଞ୍ଜସ୍ୟପୂର୍ଣ୍ଣ ରୂପରେ ଚର୍ଚ୍ଚା କରାଯାଏ । ଯାହା ଏକ ଆନୁପାତିକ ପ୍ରତିନିଧିତ୍ବ ସହ ସାମ୍ନାକୁ ଆସିଥାଏ ।