ଓଡିଶା

odisha

ETV Bharat / bharat

ରାଫେଲ ଆଣିବାକୁ ଅକ୍ଟୋବରରେ ଫ୍ରାନ୍ସ ଯିବେ ରାଜନାଥ ସିଂହ - ରକ୍ଷା ସଚିବ ଅଜୟ କୁମାର

ପ୍ରଥମ ରାଫେଲ ଯୁଦ୍ଧବିମାନ ଆଣିବାକୁ 8 ଅକ୍ଟୋବରରେ ଫ୍ରାନ୍ସ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଭାଗୀୟ ସଚିବ ଅଜୟ କୁମାର ଏବଂ ବାୟୁସେନା ଟିମ । ଆସନ୍ତା ବର୍ଷ ମେ ସୁଦ୍ଧା ଭାରତରେ ପହଞ୍ଚିବ ସମସ୍ତ ରାଫେଲ ଯୁଦ୍ଧବିମାନ ।

ଫାଇଲ ଫଟୋ

By

Published : Sep 10, 2019, 6:20 PM IST

Updated : Sep 10, 2019, 8:51 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ରାଫେଲ ବିମାନ ଆଣିବାକୁ 8 ଅକ୍ଟୋବରରୁ ଫ୍ରାନ୍ସ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରାୟ 36ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି ହୋଇଥିବା ବେଳେ ଆସନ୍ତା ବର୍ଷ ମେ ସୁଦ୍ଧା ଏହା ପହଞ୍ଚିବ। ଏନେଇ ଭାରତୀୟ ବାୟୁସେନା ଏବଂ ଫ୍ରାନ୍ସର ଡାସଲ୍ଟ ଆଭିଏସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଏହି ଯୁଦ୍ଧ ବିମାନକୁ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବ ଅଜୟ କୁମାର ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ଫ୍ରାନ୍ସ ଯାତ୍ରା କରିବେ। ଆସନ୍ତା ଅକ୍ଟୋବର 8 ତାରିଖରେ ଉଭୟ ଦଶହରା ଓ ଭାରତୀୟ ବାୟୁସେନାର ସ୍ଥାପନା ଦିବସ ପଡୁଥିବାରୁ ଏହି ଦିନକୁ ଶୁଭ ମନାଯାଉଛି।

ପୂର୍ବରୁ ବାଲାକୋଟ ଅପରେସନର ନେତୃତ୍ୱ ନେଇଥିବା ବର୍ତ୍ତମାନର ବାୟୁସେନା ମୁଖ୍ୟ ବିଏସ ଧନୋଆ ସେପ୍ଟେମ୍ବର 20ରେ ଫ୍ରାନ୍ସ ଯାଇ ରାଫେଲ ବିମାନ ଆଣିବା ଯୋଜନା ଥିଲା।

Last Updated : Sep 10, 2019, 8:51 PM IST

ABOUT THE AUTHOR

...view details