ପାଟନା: ବିହାର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଶୁକ୍ରବାର ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନର ସ୍ବୀକାରୋକ୍ତି ପରେ ବି କଂଗ୍ରେସର ନୀରବତାରେ ସେ ପ୍ରଶ୍ନ କରିଛନ୍ତି। ବିହାରର ପିରପେଣ୍ଟି, ମୋତିହାରୀ ଏବଂ ବୈଶାଲି ଅଞ୍ଚଳରେ ନିର୍ବାଚନ ବୈଠକକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି ଯେ ଦେଶର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ କିଛି ଲୋକ ବିରୋଧ କରୁଛନ୍ତି।
ପୁଲୱାମା ଆକ୍ରମଣ ସମ୍ପର୍କରେ ରାଜନାଥ କହିଛନ୍ତି ଯେ ଯେତେବେଳେ ଏହି ଆକ୍ରମଣ ପାକିସ୍ତାନ ଦ୍ବାରା କରାଯାଇଥିଲା ସେତେବେଳେ କଂଗ୍ରେସ ଏହାକୁ ବିରୋଧ କରିଥିଲା, ଯେତେବେଳେ ପାକିସ୍ତାନ ବିଧାନସଭାରେ ଗ୍ରହଣ କଲା ସେତେବେଳେ କଂଗ୍ରେସ ନୀରବ ରହିଲା। କଂଗ୍ରେସର ଦୀର୍ଘ ଶାସନକୁ ନେଇ ସେ ଆହୁରି କହିଛନ୍ତି, ଯଦି ନେତାମାନେ ସ୍ବାଧୀନତା ପରେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡିକୁ ଆଂଶିକ ବି ପୂରଣ କରିଥାନ୍ତେ, ତେବେ ଦେଶର ଭାଗ୍ୟ ବଦଳିଯାଇଥାନ୍ତା ।