ଓଡିଶା

odisha

କେନ୍ଦ୍ରମନ୍ତ୍ରୀ ନକବୀଙ୍କ ଘରେ ଇଦ୍‌ ପାର୍ଟି, ପହଞ୍ଚିଲେ ରାଜନାଥଙ୍କ ସମେତ ଅନେକ ମନ୍ତ୍ରୀ

ଇଦ୍‌ ପାଳନ କରିବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଆବ୍ବାସ ନକବୀଙ୍କ ବାସଭବନରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

By

Published : Jun 5, 2019, 2:45 PM IST

Published : Jun 5, 2019, 2:45 PM IST

Updated : Jun 5, 2019, 3:04 PM IST

ଫଟୋ ସୌଜନ୍ୟ: ଟ୍ବିଟର@ANI

ନୂଆଦିଲ୍ଲୀ: ଦେଶରେ ଧୁମଧାମର ସହ ପାଳନ ହେଉଛି ଇଦ୍‌ । ଗାଁ ସହରଠାରୁ ଆରମ୍ଭ କରି ବର୍ଡର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ । ଇର୍ଷା, ରାଗ, ଦ୍ବେଷ ସବୁ ଭୁଲି ଭାଇଚାରାର ପର୍ବକୁ ଖୁସୀ ଏବଂ ଉଲ୍ଲାସର ସହ ପାଳନ କରୁଛି ସମ୍ପୁର୍ଣ୍ଣ ଦେଶ । ତେବେ ନରେନ୍ଦ୍ର ମୋଦି ସରକାରଙ୍କ ମନ୍ତ୍ରୀ ମଧ୍ୟ ଆଜି ଇଦ୍‌ ପାଳନ କରୁଥିବା ନଜର ଆସିଛନ୍ତି ।

ଇଦ୍‌ ପାଳନ କରିବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଆବ୍ବାସ ନକବୀଙ୍କ ବାସଭବନରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ମନ୍ତ୍ରିମଣ୍ଡଳରୁ ଅନେକ ମନ୍ତ୍ରୀ ସେଠାରେ ଯୋଗ ଦେଇଥିବା ସୂଚନା ରହିଛି ।

ସୂଚନା ଯୋଗ୍ୟ ଯେ, ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ମୁଖ୍‌ତାର ମୁସଲିମ ସମ୍ପ୍ରଦାୟରୁ ଆସିଥିବା ଏକମାତ୍ର କ୍ୟାବିନେଟ ମନ୍ତ୍ରୀ ଅଟନ୍ତି । ନକବୀଙ୍କ ଘରେ ଆଜି ଧୁମଧାମର ସହ ଇଦ୍‌ ପାଳନ ହେଉଛି ।

Last Updated : Jun 5, 2019, 3:04 PM IST

ABOUT THE AUTHOR

...view details