ଓଡିଶା

odisha

ETV Bharat / bharat

ଗୁଇନ୍ଦା ଓ ସୁରକ୍ଷା ଅଧିକାରୀଙ୍କ ସହ ଗୃହମନ୍ତ୍ରୀଙ୍କ ରୁଦ୍ଧ ଦ୍ବାର ବୈଠକ - MEETING

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଚାଲିଛି ଘନଘନ ବୈଠକ । କିଭଳି ଶତ୍ରୁ ଓ ଆତଙ୍କବାଦୀକୁ ମୁହଁତୋଡ ଜବାବ ଦିଆଯିବ ପ୍ରସ୍ତୁତ ହେଉଛି ରଣନୀତି । ଗୃହମନ୍ତ୍ରୀ ରାଜନାଥ ସିଂହ ଗୁଇନ୍ଦା ଓ ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Feb 17, 2019, 12:22 PM IST

ନୂଆଦିଲ୍ଲୀ: ଚାଲିଛି ଘନଘନ ବୈଠକ । କେମିତି ଦିଆଯିବ ପୁଲଓ୍ବାମା ଆକ୍ରମଣର ଜବାବ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଓ ଆତଙ୍କବାଦୀକୁ । ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର ଗୁଇନ୍ଦା ଅଧିକାରୀ, 'ର' ମୁଖ୍ୟ ଏ.କେ ଧସମାନା, ଅତିରିକ୍ତ ନିର୍ଦ୍ଦେଶକ ଆଇବି ଅରବିନ୍ଦ କୁମାର, ଗୃହ ବିଭାଗର ଘରୋଇ ସଚିବ ରାଜୀବ ଗୌବା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ରୁଦ୍ଧ ଦ୍ବାର ବୈଠକ କରିଛନ୍ତି । ଏଥିସହ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି ।

ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଏବେ ଆକ୍ରମଣ ପାଇଁ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ପ୍ରଧାନମନ୍ତ୍ରୀ ମଧ୍ୟ ଖୋଲାମଞ୍ଚରେ ଉଭୟ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଖୋଲା ଚେତାବନୀ ଦେଇଛନ୍ତି । ତେଣୁ କିଭଳି ଆକ୍ରମଣ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ପୁଲଓ୍ବାମାରେ ଗତ ସପ୍ତାହରେ ଗୁରୁବାର ଦିନ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସେନାର ଗାଡି ଉପରେ ଆକ୍ରମଣ କରିଥିଲା । ଏଥିରେ 45 ସିଆରପିଏଫ ଯବାନ ସହିଦ ହୋଇଛନ୍ତି ।

ଆତଙ୍କବାଦୀ ଆକ୍ରମଣକୁ ଭାରତ ସମେତ ବିଭିନ୍ନ ଦେଶ କଡ଼ା ନିନ୍ଦା କରିଛନ୍ତି । ଆମେରିକା, ଇରାନ, ଚାଇନା, କାନାଡ଼ା, ଅଷ୍ଟ୍ରେଲିଆ, ଇସ୍ରାଏଲ, ସାଉଦି ଆରବ ଏବଂ ଇଣ୍ଡୋନେସିଆ ଭଳି ଦେଶ କଡା ନିନ୍ଦା କରିଛନ୍ତି । ଏବଂ ଆତଙ୍କବାଦୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ବାନ କରିଛନ୍ତି ।

ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମ ଆକ୍ରମଣ ପାକିସ୍ତାନର ଅର୍ଥନୀତି ଉପରେ କରିଛି । ପାକିସ୍ତାନ ପାଖରୁ ଏମଏଫଏନ (Most Favoured Nation)ର ମାନ୍ୟତା ପ୍ରତ୍ୟାହାର କରିଛି । ଏହାପରେ ପାକିସ୍ତାନରୁ ଭାରତ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ସୀମା ଶ୍ଲକକୁ 200 ପ୍ରତିଶତ ବଢାଇ ଦିଆଯାଇଛି । ଫଳରେ ପାକିସ୍ତାନ ଅର୍ଥନୀତି ଏକ ପ୍ରକାର ପ୍ରଭାବିତ ହେବ ବୋଲି ଜଣାପଡିଛି ।

For All Latest Updates

ABOUT THE AUTHOR

...view details