ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ସଶସ୍ତ୍ର ବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କ୍ରୟକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକ କରିବେ ରାଜନାଥ ସିଂହ । ସ୍ୱତନ୍ତ୍ର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବ୍ୟତୀତ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟ ଯୋଗ ଦେବେ । ଏହି ବୈଠକ ଆସନ୍ତା ମଙ୍ଗଳବାର ହେବ ବୋଲି ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ଅସ୍ତ୍ରଶସ୍ତ୍ର କ୍ରୟ ତ୍ୱରାନ୍ୱିତ ପାଇଁ ଆଲୋଚନା କରିବେ ରାଜନାଥ ସିଂହ - dac meet
ଭାରତ-ଚୀନ ସୀମା ବିବାଦ ମଧ୍ୟରେ ସଶସ୍ତ୍ର ବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କ୍ରୟକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକ କରିବେ ରାଜନାଥ ସିଂହ । ଅଧିକ ପଢନ୍ତୁ...
ସେ କହିଛନ୍ତି, ସଶସ୍ତ୍ର ବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କ୍ରୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହେବ । ରାଜନାଥ ସିଂ ଋଷ ଗସ୍ତ ସମୟରେ ଋଷର ଉପମୁଖ୍ୟମନ୍ତ୍ରୀ ୟୁରୀ ଇଭାନୋଭିଚ୍ ବୋରିସୋଭଙ୍କ ପ୍ରତିରକ୍ଷା ଚୁକ୍ତିନାମା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକଳ୍ପଗୁଡିକ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଏହି ଆଲୋଚନାରେ ନିଶ୍ଚିତ କରାଯାଇଥିଲା।
ତେବେ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଋଷର ଯୁଦ୍ଧ ବିମାନ ପାଇଁ ଆବଶ୍ୟକ ଉପକରଣ ଏବଂ ସ୍ପେୟାର ଯୋଗାଣ ଉପରେ ବାୟୁସେନାର ସୁଖୋଇ-30 ଏମକେଆଇ ଏବଂ ମିଗ-29ଏସ ଭାରତୀୟ ନୌସେନାର ମିଗ୍-ଜି29କେଏସ ଏବଂ ଟି-90 ଶୁବ୍ ଶୀଘ୍ର ଯୋଗାଇବାକୁ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଜାହାଜରେ ସମୁଦ୍ର ମାର୍ଗ ଦେଇ ଭାରତକୁ ଆସିଥାନ୍ତା କିନ୍ତୁ କୋରୋନା ପରିସ୍ଥିତି ଯୋଗୁଁ ସେଠାରେ କିଛି ମାସ ଧରି ଅଟକି ରହିଥିଲା ।