ଜୟପୁର: ରାଜସ୍ଥାନର ସବୁଠାରୁ ଅଧିକ କୋରୋନା ପଜିଟିଭ ରୋଗୀ ଭିଲୱାଡାରେ ଥିଲେ । ଡାକ୍ତରଙ୍କ ନିରନ୍ତର ପରିଶ୍ରମ ଏବଂ ଉଦ୍ୟମ ଯୋଗୁଁ 26 ଜଣଙ୍କ ମଧ୍ୟରୁ 15 ଜଣ କରୋନା ପଜିଟିଭ ରୋଗୀଙ୍କ ପରୀକ୍ଷା ପରେ ନେଗେଟିଭ ଆସିଛି । ଏହି କାରଣରୁ ଜିଲ୍ଲା ପ୍ରଶାସନ ତଥା ଚିକିତ୍ସାଳୟରେ ଖୁସିର ମାହୋଲ ଦେଖାଦେଇଛି ।
ରାଜସ୍ଥାନର ଭିଲୱାଡା ଜିଲ୍ଲାର ବିଜୟା ରାଜେ ସିନ୍ଧିଆ ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଡାକ୍ତର ରାଜନ ନନ୍ଦା କହିଛନ୍ତି ଜିଲ୍ଲାରେ 26 ଜଣ କରୋନା ରୋଗୀ ପଜିଟିଭ ଥିଲେ । ସେମାନଙ୍କ ମଧ୍ୟରୁ ମୋଟ 15 ଟି ପଜିଟିଭରୁ ନେଗେଟିଭ ହୋଇଯାଇଛି | ଚାରିଜଣ ଜୟପୁରର ସାୱାଇ ମାନସିଂହ ହସ୍ପିଟାଲରେ ହୋଇଥବାବେଳେ 11 ଜଣ ଭିଲୱାଡାର ମହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହି 11 ଜଣ ରୋଗୀଙ୍କ ମଧ୍ୟରୁ ନଅ ଜଣଙ୍କ ତିନି ପର୍ଯ୍ୟାୟ ପରୀକ୍ଷା ସମାପ୍ତ ହୋଇଛି ଏବଂ ତିନିଥର କୋରୋନା ନେଗେଟିଭ ରିପୋର୍ଟ ଆସିଛି ।