ଓଡିଶା

odisha

ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଗଣିବେ 200 ଟଙ୍କା ତଣ୍ଡ

ମାସ୍କ ପିନ୍ଧିବାକୁ କେନ୍ଦ୍ରସରକାର ବାଧ୍ୟତା ମୂଳକ କରିଛନ୍ତି । କିନ୍ତୁ ଏହାପରେ ବି ଦେଖିବାକୁ ମିଳୁଛି ଅନେକ ଲୋକ ନିୟମ ମାନୁନାହାନ୍ତି । ଏପଟେ ରାଜସ୍ଥାନ ସରକାର ମାସ୍କକୁ ନେଇ କଡା ତାଗିଦ କରିଛନ୍ତି । ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଛନ୍ତି ତେବେ 200 ଟଙ୍କା ଜୋରିମାନା ଗଣିବେ ବୋଲି କହିଛନ୍ତି ।

By

Published : May 3, 2020, 2:08 PM IST

Published : May 3, 2020, 2:08 PM IST

ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଗଣିବେ 200 ଟଙ୍କା ଜୋରିମାନା
ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଗଣିବେ 200 ଟଙ୍କା ଜୋରିମାନା

ଜୟପୁର: ସର୍ବସାଧାରଣ କିମ୍ବା କାର୍ଯ୍ୟ କ୍ଷେତ୍ରରେ ଯଦି କୌଣସି ବ୍ୟକ୍ତି ମାସ୍କ ପିନ୍ଧି ନାହାନ୍ତି ତେବେ ଗଣିବେ 200 ଟଙ୍କା ତଣ୍ଡ । ଏପରି କିଛି ନିୟମ ଲାଗୁ କରିଛନ୍ତି ରାଜସ୍ଥାନ ସରକାର । ଏହି ନିୟମ ନିଜ ଅଞ୍ଚଳରେ ଲାଗୁ କରିବାକୁ ସମସ୍ତ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାର ।

ସରକାରଙ୍କ ବିଜ୍ଞପ୍ତିରେ କୁହାଯାଇଛି ଯେ ଯଦି କୌଣସି ବିନା ମାସ୍କରେ ଜିନିଷ ବିକ୍ରି କରୁଥିବା ଦେଖିବାକୁ ମିଳିବ ତେବେ ସେ ମଧ୍ୟ ତଣ୍ଡ ଗଣିବେ । ଖାଲି ଏତିକି ନୁହେଁ ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ପାନ, ତମାଖୁ, ଗୁଠକା, ଚୋବାଇ ଛେପ ପକାନ୍ତି ତେବେ ସେ ମଧ୍ୟ 200 ଟଙ୍କା ଜୋରିମାନେ ଦେବେ । ଆଉ ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ମଦ ପିଉଥିବାର ନଜର ଆସନ୍ତି ତେବେ ସେ 500 ଟଙ୍କା ଜୋରିମାନା ଗଣିବେ ।

ଏପରିକି ଯଦି ଜଣେ ଦୋକାନୀ ମଦ, ପାନ, ଗୁଟକା, ତମାକୁ ବିକ୍ରି କରୁଛନ୍ତି, ଆଉ ସେହି ଦୋକାନରେ ଯଦି ଲୋକମାନଙ୍କ ମଧ୍ୟ ସାମାଜିକ ଦୂରତା ରଖାଯାଇ ନାହିଁ ତେବେ ସେ ତାଙ୍କୁ 500 ଟଙ୍କା ଜୋରିମାନା ଲାଗୁ କରାଯିବ । ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା (ଅନ୍ୟ ଜଣଙ୍କଠାରୁ ସର୍ବନିମ୍ନ ଛଅ ଫୁଟ) ନଥିବା ବ୍ୟକ୍ତିଙ୍କୁ 100 ଟଙ୍କା ସହିତ ଦଣ୍ଡିତ କରାଯିବ । ବିନା କୌଣସି ଅନୁମତିରେ ଯଦି ଜଣେ ବିବାହ ସମ୍ବନ୍ଧୀୟ କାର୍ଯ୍ୟ ଆୟୋଜନ କରନ୍ତି ତେବେ ତାଙ୍କୁ 5000 ଟଙ୍କା ଜୋରିମାନା ଲାଗୁ କରାଯିବ ।

For All Latest Updates

ABOUT THE AUTHOR

...view details