ଓଡିଶା

odisha

'ଜନତାଙ୍କ ଦୁଃଖ ଭୁଲି ମଜାମସ୍ତିରେ ଦିନ କାଟୁଛନ୍ତି ଗେହଲଟ ସରକାର'

By

Published : Aug 2, 2020, 4:19 PM IST

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱତ ଗେହଲଟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଗେହଲଟ ସରକାର ଅଯଥାରେ ସରକାର ଭାଙ୍ଗିବାର ଦୋଷ ଅନ୍ୟମାନଙ୍କ ଉପରେ ଲଦି ଦେଉଛନ୍ତି ବୋଲି ଶେଖାୱତ କହିଛନ୍ତି ।

ଗେହଲଟ
ଗେହଲଟ

ଜୟପୁର : 24 ତମ ଦିନରେ ମଧ୍ୟ ରାଜସ୍ଥାନରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ଏଭଳି ପରିସ୍ଥିତିରେ ଉଭୟ ବିଜେପି ଏବଂ କଂଗ୍ରେସ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଏହିକ୍ରମରେ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱତ ଗେହଲଟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଗେହଲଟ ସରକାର ଅଯଥାରେ ସରକାର ଭାଙ୍ଗିବାର ଦୋଷ ଅନ୍ୟମାନଙ୍କ ଉପରେ ଲଦି ଦେଉଛନ୍ତି ବୋଲି ଶେଖାୱତ କହିଛନ୍ତି ।

ସେ ଟ୍ବିଟ କରି କହିଛନ୍ତି, ଗେହଲଟ ସରକାରଙ୍କର ଆଭିମୁଖ୍ୟ ହେଉଛି, ମଜାମସ୍ତି କର, ଖାଅ, ପିଅ, ଚଳଚ୍ଚିତ୍ର ଦେଖ ଏବଂ ଅନ୍ୟମାନଙ୍କ ଦୋଷ ଖୋଜ! ।

ସେପଟେ ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ରାଜେନ୍ଦ୍ର ରାଠୋର କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ସରକାର ରାଜନୈତିକ କ୍ବାରେଣ୍ଟାଇନରେ ଅଛନ୍ତି। ରାଜସ୍ଥାନରେ କୋରୋନା ସଂକ୍ରମଣ ସଂଖ୍ୟା 43 ହଜାରରୁ ଅଧିକ ପାର କଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ 700 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ଦାୟିତ୍ୱହୀନ ଗେହଲଟ ସରକାର ରାଜନୈତିକ କ୍ବାରେଣ୍ଟାଇନରେ ରହିଛନ୍ତି । ମାସେ ହେବ 5 ତାରକା ହୋଟେଲରେ ରହି ମଜା କରୁଛନ୍ତି । ଗେହଲଟ ସରକାରଙ୍କୁ ଜନତାଙ୍କ ଦୁଃଖ କଷ୍ଟ ଦେଖାଯାଉନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଗାମୀ ଅଗଷ୍ଟ ୧୪ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ଗେହଲଟ ସରକାରଙ୍କୁ ଘୋଡା ବେପାର ଭୟ ଘାରିଛି । ଆଉ କେତେକ କଂଗ୍ରେସ ବିଧାୟକ ଗେହଲଟ କ୍ୟାମ୍ପ୍‌ରୁ ପାଇଲଟ୍‌ କ୍ୟାମ୍ପ୍‌କୁ ପଳାଇଯିବା ଆଶଙ୍କା ଉପୁଜିବାରୁ ଏହାକୁ ନେଇ କଂଗ୍ରେସ ସତର୍କ ହୋଇଯାଇଛି। ଏଥିପାଇଁ ସେ ବିଧାୟକଙ୍କ ଆଶ୍ରୟ ସ୍ଥଳ ପରିବର୍ତ୍ତନ କରୁଛନ୍ତି । ଗେହଲଟ କ୍ୟାମ୍ପର ସମସ୍ତ ବିଧାୟକଙ୍କୁ ଜୈସାଲମେରର ସୁର୍ଯ୍ୟଗଡ ରିସର୍ଟକୁ ସ୍ଥାନାନ୍ତର କରାଯାଇଛି।

ABOUT THE AUTHOR

...view details