ଓଡିଶା

odisha

ETV Bharat / bharat

ରାଜ୍ୟ ପ୍ରବେଶ-ପ୍ରସ୍ଥାନ ପାଇଁ କଟକଣା ହଟାଇଲେ ରାଜସ୍ଥାନ ସରକାର - Pass, NOC not needed for entry/exit in rajastan

ରାଜ୍ୟ ଭିତରକୁ ପ୍ରବେଶ ବା ପ୍ରସ୍ଥାନ ପାଇଁ ଲୋକଙ୍କୁ ପାସ କିମ୍ବା ନୋ ଅବଜେକ୍ସନ ସାର୍ଟିଫିକେଟ (ଏନଓସି) ଆବଶ୍ୟକ ନାହିଁ ବୋଲି ରାଜସ୍ଥାନ ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ରାଜ୍ୟ ପ୍ରବେଶ ପ୍ରସ୍ଥାନ ପାଇଁ କଟକଣା ହଟାଇଲେ ରାଜସ୍ଥାନ ସରକାର
ରାଜ୍ୟ ପ୍ରବେଶ ପ୍ରସ୍ଥାନ ପାଇଁ କଟକଣା ହଟାଇଲେ ରାଜସ୍ଥାନ ସରକାର

By

Published : Jun 17, 2020, 9:00 AM IST

ଜୟପୁର: ରାଜ୍ୟ ଭିତରକୁ ପ୍ରବେଶ ବା ପ୍ରସ୍ଥାନ ପାଇଁ ଲୋକଙ୍କୁ ପାସ କିମ୍ବା ନୋ ଅବଜେକସନ ସାର୍ଟିଫିକେଟ (ଏନଓସି) ଆବଶ୍ୟକ ନାହିଁ ବୋଲି ରାଜସ୍ଥାନ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ରାଜସ୍ଥାନ ଗୃହ ବିଭାଗ ଏକ ବିବୃତ୍ତିରେ ଉଲ୍ଲେଖ କରିଛି ଯେ, ‘ରାଜ୍ୟକୁ ପ୍ରବେଶ ବା ବାହାରକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ କୌଣସି ପାସ ବା ଏନଓସି ଆବେଦନ କରିବାକୁ ପଡିବ ନାହିଁ । ଆବଶ୍ୟକ ଅନୁସାରେ ଲୋକେ ବିନା ବାଧାରେ ରାଜ୍ୟକୁ ଯିବା ଆସିବା କରିପାରିବେ ।’

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଜୁନ 10ରୁ ରାଜସ୍ଥାନ ସରକାର ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟ ସୀମା ସିଲ କରି ରଖିଥିଲେ। କେବଳ ପାସ ପ୍ରଦାନ କରାଯାଇଥିବା ଲୋକଙ୍କୁ ରାଜ୍ୟ ପ୍ରବେଶ କିମ୍ବା ପ୍ରସ୍ଥାନ ଅନୁମତି ଦିଆଯାଇଥିଲା।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ, ମଙ୍ଗଳବାର ସୁଦ୍ଧା ରାଜସ୍ଥାନରେ 12,981 କୋରୋନା ପଜିଟିଭ ମାମଲା ରିପୋର୍ଟ କରାଯାଇଛି । ରାଜ୍ୟର ମୋଟ ମାମଲା ମଧ୍ୟରୁ 2,895 ସକ୍ରିୟ କୋରୋନା ମାମଲା ହୋଇଥିବା ବେଳେ 9,785 ରୋଗୀ ଡିସଚାର୍ଜ ହୋଇଛନ୍ତି । ସେହିପରି ଦେଶରେ କୋରୋନା ପଜିଟିଭ ସଂଖ୍ୟା 343091 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 9900ରେ ଛୁଇଁଛି ।

@ANI

ABOUT THE AUTHOR

...view details