ଓଡିଶା

odisha

By

Published : Jul 27, 2020, 4:02 PM IST

ETV Bharat / bharat

ଗେହଲଟଙ୍କୁ ଆଶ୍ବସ୍ଥି, ବିଏସପି ବିଧାୟକଙ୍କ ବିଲୟ ବିରୋଧରେ ଦାଖଲ ଆବେଦନ ଖାରଜ

6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ହେବା ଘଟଣାକୁ ବିରୋଧ କରି ବିଜେପି ବିଧାୟକ ମଦନ ଦିଲାୱର ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ମଦନ ଦିଲୱାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ହାଇକୋର୍ଟ
ହାଇକୋର୍ଟ

ଜୟପୁର : ରାଜସ୍ଥାନର ରାଜନୈତିତ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାରକୁ ସୋମବାର ଆଶ୍ବସ୍ଥି ମିଳିଛି । 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ହେବା ଘଟଣାକୁ ବିରୋଧ କରି ବିଜେପି ବିଧାୟକ ମଦନ ଦିଲାୱର ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ହାଇକୋର୍ଟ ମଦନ ଦିଲୱାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ସେପଟେ ଏହି ମାମଲାରେ ବିଏସପିର ଆବେଦନ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ । ବିଜେପି ବିଧାୟକ ମଦନ ଦିଲାଭାରଙ୍କ ଆବେଦନରେ ପକ୍ଷକାର ହେବା ପାଇଁ ବିଏସପି ଏକ ଆବେଦନ କରିଥିଲା। ଏହାକୁ ଖାରଜ କରି ହାଇକୋର୍ଟ କହିଛନ୍ତି, ମଦନ ଦିଲୱାରଙ୍କ ଆବେଦନ ଖାରଜ ହୋଇଯାଇଛି । ତେଣୁ ଏହି ମାମଲାରେ ପକ୍ଷକାର ହେବାର କୌଣସି ଆବଶ୍ୟକତା ନାହିଁ।

ତେବେ ହାଇକୋର୍ଟ ରାଜ୍ୟ ସରକାରଙ୍କ ପକ୍ଷ ରଖୁଥିବା ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଆରପି ସିଂଙ୍କୁ ଏହି ଆବେଦନ ସମ୍ପର୍କରେ ବିଧାନସଭା ବାଚସ୍ପତିଙ୍କଠାରୁ ସମସ୍ତ ତଥ୍ୟ ମାଗିବାକୁ କହିଛନ୍ତି ।

ବିଜେପି ବିଧାୟକ ମଦନ ଦିଲାୱର 6 ବିଏସପି ବିଧାୟକଙ୍କ କଂଗ୍ରେସରେ ସାମିଲ ହେବା ନେଇ ବାଚସ୍ପତି ସିପି ଯୋଶୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି 6 ବିଧାୟକଙ୍କୁ ଦଳବଦଳ ଆଇନ ଅଧିନରେ ଅଯୋଗ୍ୟ ଘୋଷଣା କରିବାକୁ ସେ ଆବେଦନ କରିଥିଲେ । କିନ୍ତୁ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଯାହାକୁ ବିରୋଧ କରି ମଦନ ଦିଲାୱର ହାଇକୋର୍ଟରେ ଆବେଦନ କରିଥିଲେ ।

ABOUT THE AUTHOR

...view details