ଓଡିଶା

odisha

ETV Bharat / bharat

ଟ୍ରାଫିକ ପୋଲିସଙ୍କ ମହାନତା, ରାସ୍ତାକଡରେ ପିଲାଙ୍କୁ ପଢାଉଛନ୍ତି ପାଠ - ଟ୍ରାଫିକ ପୋଲିସ

ରାସ୍ତାକଡରେ ଚାଲିଛି ପାଠ ପଢା । ଆଉ ପାଠ ପଢାଉଛନ୍ତି ଟ୍ରାଫିକ ପୋଲିସ । ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି ରାଜସ୍ଥାନ ଜୟପୁରର ଟ୍ରାଫିକ ପୋଲିସ ସୋମଚାନ୍ଦ ବର୍ମା ।

ରାସ୍ତାକଡରେ ପାଠ ପଢାଉଛନ୍ତି ଟ୍ରାଫିକ ପୋଲିସ
ରାସ୍ତାକଡରେ ପାଠ ପଢାଉଛନ୍ତି ଟ୍ରାଫିକ ପୋଲିସ

By

Published : Jan 22, 2021, 2:45 PM IST

ଜୟପୁର:ରାସ୍ତାକଡରେ ଚାଲିଛି ପାଠ ପଢା । ଆଉ ପାଠ ପଢାଉଛନ୍ତି ଟ୍ରାଫିକ ପୋଲିସ । ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଏମିତି ଏକ ନିଆରା ପଦକ୍ଷେପ ନେଇଛନ୍ତି ରାଜସ୍ଥାନ ଜୟପୁରର ଟ୍ରାଫିକ ପୋଲିସ ସୋମଚାନ୍ଦ ବର୍ମା । ପ୍ରତିଦିନ ଟ୍ରାଫିକ ସିଗନାଲ ନିକଟରେ ଥିବା ଏକ ଗଛ ତଳେ 5 ବର୍ଷର ଶିଶୁକୁ ଦେଉଛନ୍ତି ଶିକ୍ଷା । ଯାହାକୁ ବିଭିନ୍ନ ମହଲରେ ଭୁଲି ଭୁରି ପ୍ରଶଂସା କରାଯାଉଛି ।

ଟ୍ରାଫିକ ପୋଲିସଙ୍କ କହିବାନୁଯାୟୀ, ଦିନେ ସେ ଜଣେ 5 ବର୍ଷର ଶିଶୁ ଜଣେ କଳାକାରଙ୍କ କାର୍ଯ୍ୟକୁ ଦୀର୍ଘ ସମୟ ଧରି ନୀରିକ୍ଷଣ କରୁଥିଲେ । ଚିତ୍ରକାର ଜଣଙ୍କ କାନ୍ଥରେ ସୁନ୍ଦର ଚିତ୍ର କରିବା ସହ ଭଲ ଭଲ କବିତାମାନ ଲେଖୁଥିଲେ । ଯାହାକୁ 5 ଶିଶୁଟି ଚାହିଁ ରହିଥିଲା । ଆଉ ଏହା ଦେଖିବା ପରେ ଟ୍ରାଫିକ ପୋଲିସ ଜଣଙ୍କ ତାଙ୍କୁ ପାଠ ପଢିବାକୁ ଇଚ୍ଛାଥିବା କଥା ପଚାରିବାରୁ ସେ ଅତି ଦୃଢତାର ସହ ହଁ କହିଥିଲେ । ଶିଶୁଟିର ଉତ୍ସାହ ଦେଖି ସେ ତାକୁ ପାଠ ପଢାଇବାକୁ ସ୍ଥିର କରି ନେଇଥିଲେ । ଖାଲି ସେ ନୁହଁନ୍ତି ବରଂ ତାଙ୍କ ସହକର୍ମୀଙ୍କୁ ମଧ୍ୟ ସେ ସେହି ଶିଶୁକୁ ପଢାଇବା ପାଇଁ ଅନୁରୋଧ କରିଛନ୍ତି । ନିଜ ଡ୍ୟୁଟି ପ୍ରତିପାଦନ କରିବା ସହ ଖାଲି ସମୟରେ ମିଳିମିଶି ଶିଶୁକୁ ପାଠ ପଢାଉଛନ୍ତି ରାଜସ୍ଥାନର ଜୟପୁରର ସରକାରୀ ହଷ୍ଟେଲ ରାସ୍ତାରେ ନିୟୋଜିତ ଟ୍ରାଫିକ ପୋଲିସ ।

ତେବେ ଟ୍ରାଫିକ ପୋଲିସ ସୋମଚାନ୍ଦ ବର୍ମାଙ୍କ କହିବାନୁଯାୟୀ, ପ୍ରଥମ ଦିନରେ ସେ ତାଙ୍କୁ ଏକ ରବର, ପେନ୍ସିଲ, ବହି ଏବଂ ନୋଟବୁକ୍ ଦେଇଥିଲେ । ଆଶ୍ଚର୍ଯ୍ୟର କଥା, ପିଲାଟି ଦୁଇ ଦିନ ମଧ୍ୟରେ ଇଂରାଜୀ ବର୍ଣ୍ଣମାଳା ଶିଖି ନେଇଥିଲା । ଏଥିସହ ସେ କହିଛନ୍ତି ଯେ ବିଦ୍ୟାଳୟ ସମ୍ବନ୍ଧୀୟ ସମସ୍ତ ଦଲିଲ ପ୍ରସ୍ତୁତ ହେବା ପରେ ସେ ପିଲାଟିକୁ ଏକ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବେ।

ABOUT THE AUTHOR

...view details