ଓଡିଶା

odisha

ETV Bharat / bharat

ଦେଶବାସୀଙ୍କୁ ନିଃଶୁଳ୍କ କୋରୋନା ଟିକା ଦେବାକୁ ଦାବି କଲେ ରାଜସ୍ଥାନ ସିଏମ - କୋରୋନା ଟିକା

ମହାମାରୀ ସମଗ୍ର ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ଆଉ ଏପରି ସମୟରେ କୋରୋନା ଟିକାର ମୂଲ୍ୟ ଦେବାକୁ କୌଣସି ରାଜ୍ୟ ସକ୍ଷମ ନଥିବା କହିଛନ୍ତି ରାଜସ୍ଥାନ ସିଏମ। ଅଧିକ ପଢନ୍ତୁ...

ଦେଶବାସୀଙ୍କୁ ନିଃଶୁଳ୍କ କୋରୋନା ଟିକା ଦେବାକୁ ଦାବି କଲେ ରାଜସ୍ଥାନ ସିଏମ
ଦେଶବାସୀଙ୍କୁ ନିଃଶୁଳ୍କ କୋରୋନା ଟିକା ଦେବାକୁ ଦାବି କଲେ ରାଜସ୍ଥାନ ସିଏମ

By

Published : Dec 22, 2020, 7:57 AM IST

ଜୟପୁର: ଦେଶବାସୀଙ୍କୁ ନିଃଶୁଳ୍କ କୋରୋନା ଭ୍ୟାକସିନ ଦେବାକୁ କେନ୍ଦ୍ରସରକାରଙ୍କୁ ଅନୁରୋଧ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କୋରୋନାର ଏପରି ସ୍ଥିତିରେ କୌଣସି ବି ରାଜ୍ୟ ଭ୍ୟାକସିନର ଖର୍ଚ୍ଚ ଉଠାଇବା ଅବସ୍ଥାରେ ନାହିଁ। ତେଣୁ ସରକାର ଏପରି କ୍ଷେତ୍ରରେ ମାଗଣାରେ ଟିକା ଉପଲବ୍ଧ କରାଇବାକୁ ଘୋଷଣା କରନ୍ତୁ।’

ନିଜ ବାସଭବନରେ କୋରୋନା ସ୍ଥିତି ସମୀକ୍ଷା ବୈଠକରେ ଗେହଲଟ ଏପରି କହିଛନ୍ତି । ସେ କହିଛନ୍ତି ଯେ, ‘ଉଚିତ ସମୟରେ ସୂଚନା ଦେବା ଦ୍ବାରା ଦେଶବାସୀଙ୍କ ମନରେ କୋରୋନା ଟିକା ଦାମ ଓ ଉପଲବ୍ଧିକୁ ନେଇ ଥିବା ଭ୍ରମ ଦୂର ହେବ। ଆଉ ଲୋକଙ୍କ ଆତ୍ମ ବିଶ୍ବାସ ବଢାଇବାରେ ଏହା ସହାୟକ ହେବ।’

ସେ ଆହୁରି କହିଛନ୍ତି ଯେ, ‘ସ୍ବାସ୍ଥ୍ୟକର୍ମୀ ଓ ଅତି ଆବଶ୍ୟକ ସେବାରେ ନିରନ୍ତର କାର୍ଯ୍ୟ କରୁଥିବା କୋରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ଉପଲବ୍ଧ କରାଇବା ଅତି ସ୍ବାଗତଯୋଗ୍ୟ ପ୍ରସ୍ତାବ ଅଟେ । ତେବେ ଅନ୍ୟ ଟିକା ଗୁଡିକ ପରି କୋଭିଡ ଟିକା ମଧ୍ୟ ମାଗଣାରେ ଉପଲବ୍ଧ କରାଇବା ଉଚିତ ।’ ଏହି ପ୍ରରିପେକ୍ଷିରେ ମୁଖ୍ୟମନ୍ତ୍ରୀ, ଅଧିକାରୀଙ୍କୁ ରାଜ୍ୟରେ ଟିକାକରଣକୁ ଯେତେ ସମ୍ଭବ ଉପଲବ୍ଧ ଓ ସରଳ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details