ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ ଅଭିଯୋଗ, 5 ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ - gangrape case

ରାଜସ୍ଥାନର ଅଲୱାରରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ 4 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଡିଓ ଭାଇରାଲ କରିଥିବା ଅଭିଯୁକ୍ତମାନେ ଆଇଟି ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ରାଜସ୍ଥାନରେ ଗଣଦୁଷ୍କର୍ମ
ରାଜସ୍ଥାନରେ ଗଣଦୁଷ୍କର୍ମ

By

Published : Oct 6, 2020, 1:30 PM IST

ଜୟପୁର: ରାଜସ୍ଥାନର ଅଲୱାରରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ 4 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭିଡିଓ ଭାଇରାଲ କରିଥିବା ଅଭିଯୁକ୍ତମାନେ ଆଇଟି ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଇପିସି ଏବଂ ଆଇଟି ଆକ୍ଟରେ ହଂସରାଜ, ଇନ୍ଦ୍ରାଜ, ଅଶୋକ ଏବଂ ଛୋଟେଲାଲ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ମୁକେଶକୁ ଆଇଟି ଆକ୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି।

କୋର୍ଟରେ ଏହି ମାମଲାର ଶେଷ ଯୁକ୍ତି ଗତ ମାସ ସେପ୍ଟେମ୍ବର 11 ରେ ଶେଷ ହୋଇଥିଲା। ସେହି ସମୟରେ ଜଷ୍ଟିସ୍ ମାମଲାର ଶୁଣାଣଇ ପାଇଁ ସେପ୍ଟେମ୍ବର 24 ତାରିଖ ଧାର୍ଯ୍ୟ କରିଥିଲେ କିନ୍ତୁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଅକ୍ଟୋବର 1 ପର୍ଯ୍ୟନ୍ତ କୋର୍ଟର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଥିଲେ। ଏହା ପରେ କୋର୍ଟ ଆଜି(ମଙ୍ଗଳବାର) ଏହାର ରାୟ ଦେଇଛନ୍ତି।

2 ମେ 2019 ରେ ଥାନାଗାଜି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ ଜଣେ ମହିଳାଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା । ଏହି ମାମଲାରେ 5 ଜଣଙ୍କ ବିରୋଧରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୋଲିସ ଏକ ଚାଲାଣ ଦାଖଲ କରିଥିବା ବେଳେ ଭିଡିଓ ଭାଇରାଲ କରିଥିବା ଆଉ ଜଣେ ଅଭିଯୁକ୍ତ ମୁକେଶଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

ପ୍ରଥମେ ଏହି ମାମଲା ପୋଲିସ ଦ୍ବାରା ରେଜିଷ୍ଟ୍ରର ହୋଇନଥିଲା । ଏହାପରେ SHO, DSP, ASP ଏବଂ SP ସମେତ ସମସ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ହଟାଇ ଦିଆଯାଇଥିଲା। ଏହାପରେ ଥାନାଗାଜି ପୋଲିସ 18 ମେ 2019 ରେ 5 ଅଭିଯୁକ୍ତ ଅଶୋକ, ଇନ୍ଦ୍ରାଜ, ମହେଶ, ହଂସରାଜ ଏବଂ ଛୋଟେଲାଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।

ABOUT THE AUTHOR

...view details