ଓଡିଶା

odisha

ETV Bharat / bharat

ତେଲେଙ୍ଗାନାରେ ଲଗାଣ ବର୍ଷା, ଗଲାଣି 30 ଜଣଙ୍କ ଜୀବନ

ତେଲେଙ୍ଗାନାରେ ଲଗାଣ ବର୍ଷା । ଧନଜୀବନ ଅସ୍ତବ୍ୟସ୍ତ । ଗଲାଣି 30 ଜଣଙ୍କ ଜୀବନ । ଅନେକ ନିଖୋଜ । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ ଲଗାଣ ବର୍ଷା
ତେଲେଙ୍ଗାନାରେ ଲଗାଣ ବର୍ଷା

By

Published : Oct 15, 2020, 7:39 AM IST

ହାଇଦ୍ରାବାଦ: ମଙ୍ଗଳବାରଠାରୁ ତେଲେଙ୍ଗାନାରେ ଲାଗିରହିଛି ବର୍ଷା । ଲଗାଣ ବର୍ଷାରେ ଯାଇଛି 30 ଜଣଙ୍କ ଜୀବନ । ସେଥିମଧ୍ୟରୁ ଗ୍ରେଟର ହାଇଦ୍ରାବାଦର 19 ଜଣ ଥିବା ସୂଚନା ।

ଲଗାଣ ବର୍ଷା ଫଳରେ ଧନଜୀବନ କ୍ଷୟକ୍ଷତି ହେବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିଥିବା ଅବପାତ ଫଳରେ ଏହି ବର୍ଷା ଲାଗି ରହିଥିବାବେଳେ ରାଜଧାନୀ ସମେତ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି ।

ହାଇଦ୍ରାବାଦ ସହରରେ ପ୍ରବଳ ବର୍ଷା କାରଣରୁ 19 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ନିଖୋଜ ଅଛନ୍ତି । ସେପଟେ ବର୍ଷା କାରଣରୁ ଯାତାୟତ ବାଧାପ୍ରାପ୍ତ ହେବା ସହ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛନ୍ତି । ତଳିଆ ଅଞ୍ଚଳ ଲୋକ ତଥା ଫସିରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ସେମାନଙ୍କୁ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ହାଇଦ୍ରାବଦର ବନ୍ଦଲାଗୁଡା ଅଞ୍ଚଳରେ ମଙ୍ଗଳବାର ଘର କାନ୍ଥ ଭୁଶୁଡି 9 ଜଣଙ୍କ ଜୀବନ ଯାଇଛି । ସେହିପରି ଗଗନପାହଡ ଅଞ୍ଚଳରେ 3 ଜଣ ବନ୍ୟା ଜଳରେ ଫାସି ଯାଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ବିଦ୍ୟୁତ୍‌ ଆଘାତରେ ବଞ୍ଜରାହିଲ୍ସ ଅଞ୍ଚଳରେ ଜଣେ ଡାକ୍ତରଙ୍କ ଦେହାନ୍ତ ହୋଇଛି ।

ଅନ୍ୟପଟେ ଦିଲସୁଖନଗରରେ ଜଣେ 3 ବର୍ଷିୟ ବାଳକ ପାଣିରେ ପାସିଯାଇଥିବା ଜଣାପଡିଛି । ନଗରକୁର୍ଣ୍ଣୁଲ ଜିଲ୍ଲାରେ ଘର ଭାଙ୍ଗିବା ଫଳରେ 3 ଜଣଙ୍କ ପ୍ରାଣହାନୀ ଘଟିଛି । ଭୋଙ୍ଗୀର ଜିଲ୍ଲାରେ 3 ଜଣ ଲୋକ ଭାସିଯାଇଛନ୍ତି ।

@IANS

ABOUT THE AUTHOR

...view details