ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା; 100 ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ - Pithoragarh

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା । ଚଳିତ ମୌସୁମୀରେ ସବୁଠାରୁ ବେଶି କ୍ଷତି ହୋଇଛି ପିଥୋରାଗଡ ଜିଲ୍ଲାର । ଆଜିଠୁ ଠିକ ତିନିଦିନ ପୂର୍ବରୁ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଥିଲେ । ଅଧିକ ଖବର ପଢନ୍ତୁ...

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା; 100 ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ
ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା; 100 ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ

By

Published : Jul 28, 2020, 11:20 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା । ଚଳିତ ମୌସୁମୀରେ ସବୁଠାରୁ ବେଶି କ୍ଷତି ହୋଇଛି ପିଥୋରାଗଡ ଜିଲ୍ଲାର । ଆଜିଠୁ ଠିକ ତିନିଦିନ ପୂର୍ବରୁ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଥିଲେ । ହେଲେ ଜିଲ୍ଲାରେ ଲଗାଣ ବର୍ଷା ଜିଲ୍ଲାବାସୀଙ୍କ ନାକେଦମ କରିଛି । ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ପିଥୋରାଗଡର ମୁନ୍ସିୟାରୀ, ବାଗପାନି, ମାଲକୋଟ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ଘଟିଛି ।

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା; 100 ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ

ଲଗାଣ ବର୍ଷାରେ ବ୍ରିଜ ଧୋଇଯିବା ସହ ରାସ୍ତା ମଧ୍ୟ ଭାଙ୍ଗିଯାଇଛି। ଅନେକ ସ୍ଥାନରେ ଭୂସ୍ଖଳନ ହେତୁ ଘର ଭାଙ୍ଗିଯିବାର ସୂଚନା ରହିଛି। ଅନ୍ୟପଟେ ଲୋକମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ ଘର ଛାଡି ବାହାରେ ଆଶ୍ରୟ ନେଇଛନ୍ତି । ଅନ୍ୟପଟେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ମାନଙ୍କରେ ପ୍ରଶାସନ ପହଞ୍ଚିବା ନେଇ ମଧ୍ୟ ଅସୁବିଧା ଉପୁଜିଛି ।

ପ୍ରବଳ ବର୍ଷା କାରଣରୁ ମାଡି ଧସି କଲଭର୍ଟ ଭାସିଯିବାରୁ ଜିଲ୍ଲାର ଲୁମତି ଠାରୁ ମାଡକୋଟ ପର୍ଯ୍ୟନ୍ତ 100 ରୁ ଅଧିକ ଗାଁ ପିଥୋରାଗଡରୁ ବିଚ୍ଛିନ୍ନ ହୋଇଛନ୍ତି । ଆର୍ଥିକ ଦୃଷ୍ଟିରୁ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କୌଣସି ମୃତାହତ ନେଇ ସୂଚନା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details