ନୂଆଦିଲ୍ଲୀ: ଦେଶରେ ଲକଡାଉନ ସମୟରେ ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କୁ ନିଜ ନିଜ ରାଜ୍ୟକୁ ପହଞ୍ଚାଇବା ପାଇଁ ଚାଲୁଥିବା ସ୍ପେଶାଲ ଟ୍ରେନ ସଂଚାଳନ ଉପରେ ଭାରତୀୟ ରେଳ ଏକ ନିର୍ଦ୍ଦେଶନାମା ଜାରି କରିଛି । ରେଳବାଇ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀରେ ଯାତ୍ରୀମାନଙ୍କଠାରୁ ଟିକେଟ୍ ମୂଲ୍ୟ ସଂଗ୍ରହ କରିବା ବିଷୟରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରମିକଙ୍କ ଠାରୁ ଟ୍ରେନ ଭଡା ଆଦାୟ କରି ରେଳବିଭାଗରେ ଜମା କରିବାକୁ ନିର୍ଦ୍ଦେଶ - railway
ଶ୍ରମିକଙ୍କ ସ୍ପେଶାଲ ଟ୍ରେନରୁ ଯାତ୍ରୀଙ୍କ ଠାରୁ ରେଳ ଭଡା ଆଦାୟ କରି ରେଳ ବିଭାଗରେ ଜମାକରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛି ରେଳବାଇ । ଅଧିକ ପଢନ୍ତୁ...
19 ପଏଣ୍ଟ ଗାଇଡଲାଇନର ଏକାଦଶ ପଏଣ୍ଟରେ ରେଳବାଇ କହିଛି ଯେ, ରେଳ ଦ୍ବାରା ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ମୁଦ୍ରିତ ହୋଇଥିବା ରାଜ୍ୟଦ୍ବାରା ଦିଆଯାଇଥିବା ସଂଖ୍ୟା ଆଧାରରେ ପ୍ରସ୍ତୁତ କରାଯାଇଛି । ଯାହା ଟ୍ରେନର କ୍ଷମତା 1200 (90%) ଯାତ୍ରୀ ଅଟନ୍ତି । ରାଜ୍ୟ ପ୍ରଶାସନ ଯାତ୍ରୀମାନଙ୍କୁ ରେଳ ଟିକେଟ୍ ହସ୍ତାନ୍ତର କରିବ ଏବଂ ସେମାନଙ୍କ ଠାରୁ ଭଡା ସଂଗ୍ରହ କରି ରେଲୱେରେ ଜମା କରିବ ।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, ରେଳବାଇ ପୁଣି ସ୍ପଷ୍ଟ କରିଛି ଯେ, ଏହି ଟ୍ରେନ୍ ଲକଡାଉନରେ ଫସି ରହିଥିବା ସେହି ଲୋକଙ୍କୁ ନେଇଯାଉଛି , ଯେଉଁମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଅନୁମତି ପ୍ରାପ୍ତ ହୋଇଛି । ରେଳବାଇ କହିଛି, 'ରେଳ ବିଭାଗ କେବଳ ରାଜ୍ୟ ସରକାର ଆଣିଥିବା ଯାତ୍ରୀଙ୍କୁ ଗ୍ରହଣ କରୁଛି । ଅନ୍ୟ କୌଣସି ଗୋଷ୍ଠୀ କିମ୍ବା ବ୍ୟକ୍ତିଙ୍କୁ ଷ୍ଟେସନକୁ ଆସିବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଖୁବ୍ କମ୍ ଟ୍ରେନ୍ ଚଳାଚଳ କରୁଛି ଏବଂ ଅନ୍ୟ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଏବଂ ଉପାନ୍ତ ସହର ଟ୍ରେନ୍ ସେବା ବନ୍ଦ ରହିଛି।