ଓଡିଶା

odisha

ETV Bharat / bharat

'ପାକିସ୍ତାନ ଜିନ୍ଦାବାଦ'ର ନାରା ଦେଇ ଜୁନିଅର ଟିଟି ଗିରଫ

ଶହୀଦ ଯବାନଙ୍କ ଶୋକ ସମାରୋହରେ 'ପାକିସ୍ତାନ ଜିନ୍ଦାବାଦ' ନାରା ଦେଇ ଗିରପ ହୋଇଛନ୍ତି ରେଳ ବିଭାଗର କର୍ମଚାରୀ । ଫଳରେ ଶୋକ ସମାରୋହରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା।

By

Published : Feb 16, 2019, 3:02 PM IST

ପ୍ରତୀକାତ୍ମକ ଫଟୋ

ପୁନେ: ଶହୀଦ ଯବାନଙ୍କ ଶୋକସଭାରେ 'ପାକିସ୍ତାନ ଜିନ୍ଦାବାଦ' ନାରା ଦେଇ ଗିରଫ ହୋଇଛନ୍ତି ରେଳ ବିଭାଗର ଜଣେ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁନେ ଜିଲ୍ଲାର ଲୁନାବଲା ଠାରେ । ଏଭଳି କାଣ୍ଡ କରି ଗିରଫ ହୋଇଥିବା ଉପେନ୍ଦ୍ର କୁମାର ବାହାଦୂର ସିଂ ରେଳ ବିଭାଗରେ ଜୁନିଅର ଟିଟି ଭାବରେ କାର୍ଯ୍ୟ କରୁଥିଲେ।

ଜମ୍ମୁ-କାଶ୍ମୀରର ପୁଲୱାମା ଆତଙ୍କୀ ଆକ୍ରମଣରେ ଶହୀଦ ଯବାନଙ୍କୁ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଏହି ଅବସରରେ ଲୁନାବଲାର ସ୍ଥାନୀୟ ବାସିନ୍ଦା ଅମର ଯବାନଙ୍କ ଆତ୍ମାର ସଦଗତି ପାଇଁ ଏକତ୍ରୀତ ହୋଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଉପେନ୍ଦ୍ର 'ପାକିସ୍ତାନ ଜିନ୍ଦାବାଦ'ର ନାରା ଦେଇଥିଲେ। ଫଳରେ ଶୋକ ସମାରୋହରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା। ଘଟଣାସ୍ଥାନରେ ପୋଲିସ ପହଞ୍ଚି ଉପେନ୍ଦ୍ରକୁ ଗିରଫ କରିଥିଲା। ଆଇପିସି ଧାରା 153 ଅନୁସାରେ ତାଙ୍କୁ ଗିରଫ କରାଯାଇଛି । ଫେବୃଆରୀ 18 ତାରିଖ ପର୍ଯ୍ୟନ୍ତ ପୋଲିସ ଉପେନ୍ଦ୍ରଙ୍କୁ ନିଜ ହେପାଜକୁ ନେଇଥିବା ସୂଚନା ରହିଛି।

ABOUT THE AUTHOR

...view details