ନୂଆଦିଲ୍ଲୀ: ସାରା ଦେଶରେ କୋରୋନା କାରଣରୁ ଲକଡାଉନର ତୃତୀୟ ପର୍ଯ୍ୟାୟ ଜାରି ରହିଛି । ଏପରିସ୍ଥଳେ ଭାରତୀୟ ରେଳ ପାର୍ସଲ ଟ୍ରେନ ଚଳାଚଳରୁ 19.77 କୋଟି ଟଙ୍କା ଆୟ କରିଛି । ଏହି ଅବଧି ମଧ୍ୟରେ ରେଲୱେ 54,292 ଟନ୍ ସାମଗ୍ରୀ ମଧ୍ୟ ପଠାଇଛି । ଏଥିପାଇଁ 2 ହଜାରରୁ ଅଧିକ ମାଲବାହୀ ଟ୍ରେନ୍ ଚଳାଚଳ କରିଥିଲା ।
ରେଳ ବିଭାଗ ଅନୁଯାୟୀ, ମଇ 5 ପର୍ଯ୍ୟନ୍ତ 2,067 ଟ୍ରେନ୍ ଚଳାଚଳ କରିଥିଲା । ସେଥିମଧ୍ୟରୁ 1988 ଟ୍ରେନ୍ ସାମନ ସମୟ ସୀମା ମଧ୍ୟରେ ଚଳାଚଳ କରୁଥିଲା । ଜୋନାଲ ରେଳ ମଧ୍ୟ ଚାହିଦା ଅନୁଯାୟୀ ଦେଶର ପ୍ରତ୍ୟେକ କୋଣରେ ସାମଗ୍ରୀ ଉପଲବ୍ଧ କରାଇବା ଆରମ୍ଭ କରିଥିଲା । ଜୋନାଲ ରେଳ ଦ୍ବାରା ଦେଶର 82 ରୁଟରେ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି |