ଓଡିଶା

odisha

ETV Bharat / bharat

ଏଣିକି ମେସେଜ କରି ୱେଟିଂ ଷ୍ଟାଟସ ଜଣାଇବ ରେଳ ବିଭାଗ - ଟିକେଟ୍‌ ୱେଟିଂ ଷ୍ଟାଟସ୍‌

ଏଥର ଯାତ୍ରୀଙ୍କୁ ବାରମ୍ବାର କରିବାକୁ ପଡିବନି ୱେଟିଂ ଲିଷ୍ଟ ଚେକିଂ । ମୋବାଇଲକୁ ମେସେଜ ପଠାଇ ରେଳବିଭାଗ ଜଣାଇବା ୱେଟିଂ ଷ୍ଟାଟସ୍‌ ।

ଫାଇଲ ଫଟୋ

By

Published : Aug 28, 2019, 1:01 PM IST


ନୂଆଦିଲ୍ଲୀ: ଏଣିକି ଯାତ୍ରୀଙ୍କୁ ବାରମ୍ବାର ଚେକ୍ କରିବାକୁ ପଡିବନି ଟ୍ରେନ ଟିକେଟର ୱେଟିଂ ଲିଷ୍ଟ । ରେଳଯାତ୍ରୀଙ୍କୁ ଖାସ୍ ସୁବିଧା ଦେବାକୁ ଯାଉଛି ରେଳ ବିଭାଗ । ବିଭାଗ ପକ୍ଷରୁ ଯାତ୍ରୀଙ୍କୁ ରେଳ ଟିକେଟ୍‌ର ସୂଚନା ଆଗୁଆ ମେସେଜ୍‌ ଜରିଆରେ ଜଣାଇ ଦିଆଯିବ । ଏଥିପାଇଁ ରେଳ ବିଭାଗ ଯାତ୍ରୀଙ୍କ ଠାରୁ କୌଣସି ଅତିରିକ୍ତ ଚାର୍ଜ ନେବ ନାହିଁ ।

ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରେଳ ବିଭାଗ । ୱେଟିଂ ଲିଷ୍ଟର ଅପଡେଟ୍ ଜଣାଇବା ପାଇଁ ଏକ ସଫ୍ଟୱେୟାର ମଧ୍ୟ ବିକଶିତ କରାଯାଉଛି । ତେବେ କେବଳ ୱେଟିଂ ଯାତ୍ରୀ ନୁହେଁ ଏହାର ସୁବିଧା ଟିକେଟ୍‌ କନଫର୍ମ ହୋଇଥିବା ଯାତ୍ରୀ ମଧ୍ୟ ପାଇପାରିବେ ।

ତେବେ ଏହି ଯୋଜନା ଅନୁସାରେ, ପାସେଞ୍ଜର ରିଜର୍ଭେସନ ସିଷ୍ଟମ ଅପଡେଟ୍ ହେବା କ୍ଷଣି ଯାତ୍ରୀଙ୍କୁ ମୋବାଇଲକୁ ମେସେଜ୍ ପଠାଇ ସୂଚନା ଦିଆଯିବ ।

ABOUT THE AUTHOR

...view details