ନୂଆଦିଲ୍ଲୀ: ରେଳବିଭାଗ ନେଇଛି ବଡ଼ ପଦକ୍ଷେପ । କାର୍ଯ୍ୟକାଳ ନପୁରୁଣୁ 21 ଅଧିକାରୀଙ୍କୁ ଦେଇଛି ଅବସର । ରେଳ ବିଭାଗର କହିବା ମୁତାବକ ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ନିଆଯାଇଛି ଏପରି ଆକ୍ସନ । ଅବସର ଦିଆଯାଇଥିବା ସମସ୍ତ ଅଧିକାରୀଙ୍କ ବୟସ 50ରୁ ଊର୍ଦ୍ଧ୍ବ ହେବ । ତେଣୁ କାର୍ଯ୍ୟକ୍ଷେତ୍ରରେ ସନ୍ତୋଷଜନକ ଭାବେ ଦାୟିତ୍ବ ନିର୍ବାହ କରୁନଥିବା ମଧ୍ୟ ହୋଇଥିଲା ଅଭିଯୋଗ । ଫଳରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ ।
ରେଳ ବିଭାଗର ଆକ୍ସନ, କାର୍ଯ୍ୟକାଳ ପୂର୍ବରୁ ବିଦା ହେଲେ 21 ଅଫିସର - ରେଳ ବିଭାଗ
ରେଳ ବିଭାଗ ଇତିହାସରେ ଏପରି ଘଟଣା ଦ୍ବିତୀୟ । କାର୍ଯ୍ୟକାଳ ନପୁରୁଣୁ 21 ଅଧିକାରୀଙ୍କୁ ଅବସର ଦେଇଛି ରେଳ ବିଭାଗ । କାର୍ଯ୍ୟ କ୍ଷେତ୍ରରେ ସନ୍ତୋଷଜନକ ଭାବେ ଦାୟିତ୍ବ ନିର୍ବାହ କରୁନଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ ।
railway department
ରେଳ ବିଭାଗ ଇତିହାସରେ ଏପରି ଘଟଣା ଦ୍ବିତୀୟ । ପ୍ରଥମ କରି 2016-17 ମସିହାରେ ବଡ଼ ପଦକ୍ଷେପ ନେଇଥିଲା ବିଭାଗ । ଚାରି ଜଣ ଅଧିକାରୀଙ୍କୁ ସେବାନିବୃତ କରିଥିଲା । ଅଭିଯୋଗ ଅନୁଯାୟୀ ରେଳ ବିଭାଗ ପ୍ରଥମେ ସମୀକ୍ଷା କରିଥାଏ ପରେ ନେଇଥାଏ ପଦକ୍ଷେପ । କିନ୍ତୁ ଏପରି କୋଚିତ୍ କାର୍ଯ୍ୟାନୁଷ୍ଠାନୁ ଗ୍ରହଣ କରିଥାଏ ରେଳ ବିଭାଗ ।
ଏଭଳି ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାକୁ ପିଏମଓ କାର୍ଯ୍ୟାଳୟରୁ ମଧ୍ୟ ନିର୍ଦେଶ ଆସିଥିବା ସୂଚନା ରହିଛି । ଯାତ୍ରୀଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ରେଳ ବିଭାଗକୁ ନିର୍ଦେଶ ଦେଇଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ।