ଓଡିଶା

odisha

ETV Bharat / bharat

କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ପ୍ରସଙ୍ଗ; ରାହୁଲ ଗାନ୍ଧିଙ୍କ ବକ୍ତବ୍ୟକୁ ନେଇ ଗୁଲାମନବୀଙ୍କ ଇସ୍ତଫା ଧମକ

କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ପ୍ରସଙ୍ଗ । ରାହୁଲ ଗାନ୍ଧିଙ୍କ ବକ୍ତବ୍ୟକୁ ନେଇ ଗୁଲାମନବୀ ଆଜାଦଙ୍କ ଇସ୍ତଫା ଧମକ । ଅଧିକ ପଢନ୍ତୁ...

କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ପ୍ରସଙ୍ଗ; ରାହୁଲ ଗାନ୍ଧିଙ୍କ ବକ୍ତବ୍ୟକୁ ନେଇ ଗୁଲାମନବୀଙ୍କ ଇସ୍ତଫା ଧମକ
କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ପ୍ରସଙ୍ଗ; ରାହୁଲ ଗାନ୍ଧିଙ୍କ ବକ୍ତବ୍ୟକୁ ନେଇ ଗୁଲାମନବୀଙ୍କ ଇସ୍ତଫା ଧମକ

By

Published : Aug 24, 2020, 2:02 PM IST

ନୂଆଦିଲ୍ଲୀ: CWC ବୈଠକରେ ମତଭେଦ ଦେଖାଦେଇଛି । 20 ଜଣ ବରିଷ୍ଠ କଂଗ୍ରେସ ନେତା ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ କରିବାକୁ ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠି ଉପରେ ରାହୁଲ ଗାନ୍ଧିଙ୍କ ମତାମତକୁ ନେଇ ମତଭେଦ ଦେଖାଦେଇଛି ।

ବୈଠକରେ ରାହୁଲ ଗାନ୍ଧି, କଂଗ୍ରେସ ନେତାମାନେ ବିଜେପି ସହିତ ସଲାସୁତୁରା ରାଜନୀତି କରୁଥିବା କହିବା ପରେ ଗୁଲାମନବୀ ଆଜାଦ୍‌ ଇସ୍ତଫା ଦେବାକୁ ଧମକ ଦେଇଥିବା ସୂଚନା ମିଳୁଛି । ସେହିପରି 30 ବର୍ଷ ହେବ ମୁଁ ସବୁବେଳେ ବିଜେପିର ସମସ୍ତ ନିଷ୍ପତ୍ତିକୁ ବିରୋଧ କରିଛି । କେତେବେଳେ ସଲାସୁତୁରା ରାଜନୀତି କରିଛି ବୋଲି ପରୋକ୍ଷରେ ବରିଷ୍ଠ ନେତା କପିଲ ସିବଲ କହିଛନ୍ତି । ଯାହାକୁ ନେଇ କଂଗ୍ରେସ ୱାର୍କିଂ କମିଟି ବୈଠକରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଜଣାପଡିଛି ।

ସୂଚନାଥାଉକି, ବରିଷ୍ଠ ନେତାମାନେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ କରିବାକୁ ଚିଠି ଲେଖିଥିଲେ । ଯାହା ଉପରେ ନିଜର ପ୍ରତିକ୍ରିୟା ରଖି ବୈଠକରେ ରାହୁଲ ଗାନ୍ଧି କହିଥିଲେ ଯେ,‘ଯେତେବେଳେ ଦଳ ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ଗତି କରୁଛି, ଏହି ସମୟରେ ନେତୃତ୍ବ ପରିବର୍ତ୍ତନର ଚିଠି ଲେଖିବା କେତେଦୂର ଯଥାର୍ଥ ।’ ଏହାସହ ଆମେ ମାନେ ବିଜେପି ସହିତ ସଲାସୁତୁରା ରାଜନୀତି କରୁଥିବା ମଧ୍ୟ ସେ କହିଥିବା ସୂଚନା ମିଳିଛି । ତେବେ ଯଦି ଏହା ପ୍ରମାଣିତ ହୁଏ ତେବେ ଦଳରୁ ଇସ୍ତାଫା ଦେବି ବୋଲି ବୈଠକରେ ଗୁଲାମନବୀ ଆଜାଦ କହିଥିବା ସୂତ୍ରରୁ ଜଣାପଡିଛି ।

ABOUT THE AUTHOR

...view details