ଓଡିଶା

odisha

ETV Bharat / bharat

ପିଏମଙ୍କୁ ରାହୁଲଙ୍କ ପ୍ରଶ୍ନ, ଲକଡାଉନ ଫେଲ, କୁହନ୍ତୁ କ'ଣ ରହିଛି ରଣନୀତି ? - pm modi

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ସହ ରାଜନୀତି ମଧ୍ୟ ଜୋର ଧରିଛି । ଲକଡାଉନ ଫେଲ ହୋଇଥିବା ମୋଦିଙ୍କ ଉପରେ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ
କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

By

Published : May 26, 2020, 2:56 PM IST

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା କୋରୋନା ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, 4ର୍ଥ ପର୍ଯ୍ୟାୟ ଲକଡାଉନ ବିଫଳ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ 21 ଦିନର ଲକଡାଉନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା ଉଚିତ ଯେ, ତାଙ୍କର ରଣନୀତି କ’ଣ ରହିଛି ।

ରାହୁଲ ଗାନ୍ଧୀ କହିଛନ୍ତି, “ଯାହା ଘଟିବାର ଥିଲା ତାହା ହେଲାନାହିଁ। ଦେଶ ଜାଣିବା ଉଚିତ ଯେ ସରକାରଙ୍କ ରଣନୀତି କ’ଣ ? ପ୍ରାୟ 60 ଦିନ ଧରି ଲକଡାଉନ ସମାପ୍ତ ହୋଇଛି । କିନ୍ତୁ ଏହି ମହାମାରୀ ହ୍ରାସ ପାଇବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରବାସୀ ଶ୍ରମିକମାନେ ଚିନ୍ତିତ ଅଛନ୍ତି । ସରକାର ସେମାନଙ୍କ ସମସ୍ୟା ଏବଂ ଅସୁବିଧାକୁ କିପରି ଦୂର କରିବେ?

ରାହୁଲ ଆହୁରି କହିଛନ୍ତି ଯେ, “ସରକାରଙ୍କ ଉପରେ ଚାପ ପକାଇବା ଆମର କାମ। ଫେବୃଆରୀରେ ମୁଁ କହିଥିଲି ଯେ ପରିସ୍ଥିତି ଅଧିକ ବିପଜ୍ଜନକ ହେବ। ”ରୋଜଗାର ସମ୍ପର୍କରେ ସେ କହିଛନ୍ତି ଅର୍ଥନୈତିକ ଦିଗରେ ସରକାର ଅନେକ କାମ କରିବା ଆବଶ୍ୟକ। ସରକାର ଲୋକଙ୍କୁ ନଗଦ ଟଙ୍କା ଦେବା ଉଚିତ । ସରକାର ଅତି କମରେ 50 ପ୍ରତିଶତ ଗରିବଙ୍କ ଆକାଉଣ୍ଟରେ ମାସକୁ 7500 ଟଙ୍କା ସ୍ଥାନାନ୍ତର କରିବା ଉଚିତ ।

ପ୍ୟାକେଜ ବିଷୟରେ ଅନେକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା, ଆମର ବହୁତ ଆଶା ଥିଲା । ଏହା ଜିଡିପିର 10 ପ୍ରତିଶତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବାସ୍ତବତା ହେଉଛି ଏହା ଜିଡିପିର 1 ପ୍ରତିଶତରୁ କମ ଏବଂ ଏଥିରେ ଅଧିକାଂଶ ଋଣ ଅଛି, ନଗଦ ନୁହେଁ । ରାହୁଲ କହିଛନ୍ତି ମୋର ଶ୍ରମିକ ଭାଇ ଭଉଣୀ ମାନେ ଏମଏସଏମଇଏସର ସାହାର୍ଯ୍ୟ କିପରି କରିବ ? ଏହା ମୋର ରାଜନୀତି ନୁହେଁ, ତୁମ ମାନଙ୍କ ପ୍ରତି ମୋର ଚିନ୍ତା । ଦିନକୁ ଦିନ କୋରୋନା ସଂକ୍ରମଣ ବଢୁଛି, ତେଣୁ ମୁଁ ଏହି ପ୍ରଶ୍ନ ପଚାରୁଛି ।

ABOUT THE AUTHOR

...view details