ଓଡିଶା

odisha

ETV Bharat / bharat

ଡିବେଟ୍ ପାଇଁ ମୋଦିଙ୍କୁ ଆହ୍ବାନ ଦେଲେ ରାହୁଲ

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ ଡିବେଟ୍ ପାଇଁ ଆହ୍ବାନ ଦେଇଛନ୍ତି ରାହୁଲ ।

By

Published : May 4, 2019, 4:04 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡିବେଟ୍ ପାଇଁ ଆହ୍ବାନ । 10 ମିନିଟ୍ ପଛେ ହେଉ ଡିବେଟ୍ ପାଇଁ ଆହ୍ବାନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ ଏଭଳି ଆହ୍ବାନ ଦେଇଥିଲେ ରାହୁଲ ।

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁଠି କହିବେ ସେଠି ଡିବେଟ କରାଯିବ । କେବଳ ଅନିଲ ଅମ୍ବାନୀ ଘରକୁ ଛାଡି ଆଉ ଯେଉଁଠି କହିବେ, ସେଠାରେ ରାହୁଲ ଡିବେଟ କରିବେ ବୋଲି କହିଛନ୍ତି । ଏହି ଅବସରରେ ରୋଜଗାର, ଚାଷୀ ସମସ୍ୟା ଓ ରାଫେଲ ଭଳି ପ୍ରସଙ୍ଗକୁ ନେଇ ମୋଦିଙ୍କ ଉପରେ ବର୍ଷିଥିଲେ ।

ଏପରିକି ଗରିବଙ୍କ ଟଙ୍କାରେ ଅନିଲଙ୍କୁ ମୋଦି ଫାଇଦା ଦେଉଥିବା ଅଭିଯୋଗ କରିଛନ୍ତି । ମୋଦିଙ୍କ ଯାଞ୍ଚ ହେବା ଆବଶ୍ୟକ ବୋଲି ରାହୁଲ ଦାବି କରିଛନ୍ତି ।

ABOUT THE AUTHOR

...view details