ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର କେରଳର ୱାୟନାଡ ଯିବେ। ଆସନ୍ତା ଜୁନ 7 ତାରିଖରେ ସେ ୱାୟନାଡ ଯାଇ ସେଠାକାର ଜନତାଙ୍କୁ ଧନ୍ୟବାଦ ଦେବେ । ଦୁଇ ଦିନିଆ ଗସ୍ତରେ ଯିବେ ରାହୁଲ ।
ଜୁନ 7ରେ ୱାୟନାଡ ଯିବେ ରାହୁଲ
ୱାୟନାଡବାସୀଙ୍କୁ ଦେବେ ଧନ୍ୟବାଦ । 7 ଓ 8 ତାରିଖରେ ବୁଲିଦେଖିବେ ୱାୟନାଡର ସ୍ଥିତି। ଅଧିକ ଭୋଟ ଦେଇ ବିଜୟୀ କରିଥିବାରୁ ଭୋଟରଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ୱାୟନାଡ ଯିବେ ରାହୁଲ ଗାନ୍ଧୀ ।
ଫାଇଲ ଫଟୋ
କଂଗ୍ରେସ ଅଧ୍ୟକ୍ଷ ଏବଂ ୱାୟନାଡର ନବ ନିର୍ବାଚିତ ସାଂସଦ ରାହୁଲ ଗାନ୍ଧି 4,31,770ଭୋଟରେ ବିଜୟୀ ହୋଇଥିଲେ । ଶନିବାର ସଂସଦୀୟ ଦଳ ବୈଠକ ପରେ ରାହୁଲ ଟ୍ବିଟ କରି ଲେଖିଥିଲେ ଯେ, କଂଗ୍ରେସ 52 ସାଂସଦ ରହିଛନ୍ତି, ହେଲେ ଆମେ ସମ୍ବିଧାନକୁ ରକ୍ଷା କରିବା ପାଇଁ ମିଳିମିଶି କାମ କରିବୁ ।
ନିଡର ହୋଇ ବିରୋଧୀ ଦଳ ସହ ନିଜର କର୍ତ୍ତବ୍ୟ ନିଭେଇବୁ । ବିଜେପିକୁ ସଂସଦରେ କିଛି ବ୍ୟାକଓଭର ମିଳିବ ନାହିଁ ।