ନୂଆଦିଲ୍ଲୀ: ଦେଶରେ ଏବେ ତୈଳଦର କ୍ରମାଗତ ଭାବରେ ବୃଦ୍ଧି ପାଇବାକୁ ଲାଗିଛି । ଯାହାକୁ ବିରୋଧ କରି ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ବିଭିନ୍ନ ରାଜ୍ୟରେ ରାଲି କରାଯାଉଛି । ଇତି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ତୈଳଦର ବୃଦ୍ଧି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସେ ।
ତୈଳଦର ବୃଦ୍ଧି ବିରୋଧରେ ଅଭିଯାନ ଆରମ୍ଭ କଲେ ରାହୁଲ ଗାନ୍ଧୀ - ତୈଳଦର ବୃଦ୍ଧି
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ତୈଳଦର ବୃଦ୍ଧି ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସେ ।
ସୋମବାର ଟ୍ବିଟରରେ ଏକ ଭିଡିଓ ସେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, କୋରୋନା ଭାଇରସ ମହାମାରୀ ଏବଂ ଚୀନ ସହ ଜାରି ଉତ୍ତେଜନା ସମୟରେ କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଦୁଃଖକୁ ଭୁଲି ଯାଇଛନ୍ତି । ଲଗାତାର 21 ଦିନ ପାଇଁ ତୈଳଦର ବୃଦ୍ଧି କରି କେନ୍ଦ୍ର ସରକାର ଲୋକଙ୍କୁ ଲୁଟୁଛନ୍ତି । ତେଣୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରି ଏହି ଦରବୃଦ୍ଧି ପ୍ରତ୍ୟାହାର କରିବାକୁ ସରକାରଙ୍କୁ ବାଧ୍ୟ କରିବାକୁ ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସୋମବାର ପେଟ୍ରୋଲ ଦର 80.43 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ 80.53 ଟଙ୍କାକୁ ପହଞ୍ଚିଛି । ତେବେ ପେଟ୍ରୋଲ ଏବଂ ଡିଜେଲର ଦରବୃଦ୍ଧିକୁ ଅନ୍ୟାୟ ଏବଂ ଚିନ୍ତାଜନକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।