ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ନାୟକ ଇରଫାନ ଖାନ ବୁଧବାର ମୁମ୍ବାଇର ମୃତ୍ୟୁବରଣ କରିଛନ୍ତି । ସାରା ବଲିଉଡକୁ ଲୁହର ସାଗରରେ ଭସାଇଥିବା ଅଭିନେତା ଇରଫାନ ଖାନ ନିଜର ଅଭିନୟର ଯାଦୁରେ ସାରା ବିଶ୍ବକୁ ଦରବାରରେ ପରିଚିତ ଥିଲେ । ଇରଫାନଙ୍କ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି ।
ଇରଫାନ ଖାନଙ୍କ ଦେହାନ୍ତରେ ଦୁଃଖିତ ରାହୁଲ ଗାନ୍ଧୀ - bollywood actor irrfan khan
ବଲିଉଡର ଚର୍ଚ୍ଚିତ ନାୟକ ଇରଫାନ ଖାନ ବୁଧବାର ମୁମ୍ବାଇର ମୃତ୍ୟୁବରଣ କରିଛନ୍ତି । ସାରା ବଲିଉଡକୁ ଲୁହର ସାଗରରେ ଭସାଇଥିବା ଅଭିନେତା ଇରଫାନ ଖାନ ନିଜର ଅଭିନୟର ଯାଦୁରେ ସାରା ବିଶ୍ବ ଦରବାରରେ ପରିଚିତ ଥିଲେ । ଇରଫାନଙ୍କ ପରଲୋକରେ ମର୍ମାହତ ହୋଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...
'ଇରଫାନ ଖାନଙ୍କ ପରଲୋକ ବିଷୟରେ ଶୁଣି ମୁଁ ଦୁଃଖିତ । ବହୁମୁଖୀ ଏବଂ ଦକ୍ଷ ଅଭିନେତା, ସେ ବିଶ୍ବ ଚଳଚ୍ଚିତ୍ର ଏବଂ ଟିଭି ମଞ୍ଚରେ ଜଣେ ଲୋକପ୍ରିୟ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ଥିଲେ | ତାଙ୍କୁ ବହୁତ ମିସ କରିବୁ| ଏହି ଦୁଃଖ ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ମୋର ସମବେଦନା |'
ସୂଚନାଥାଉକି ମଙ୍ଗଳବାର ସକାଳୁ ସେ ନିଜ ଘର ବାଥରୁମରେ ପଡି ଯାଇଥିଲେ | ଫଳରେ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା | ତାଙ୍କୁ ତୁରନ୍ତ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେ ଆଇସିୟୁରେ ଭର୍ତ୍ତି ଥିଲେ | ଡାକ୍ତରଙ୍କ କହିବାନୁଯାୟୀ, କଲୋନ ଇନଫେକ୍ସନ ଯୋଗୁଁ ତାଙ୍କର ସମସ୍ୟା ବଢି ଯାଇଥିଲା | ସେ ଏହା ପୂର୍ବରୁ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମରରେ ପୀଡିତ ଥିଲେ | ଲଣ୍ଡନରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ସେ ଭାରତକୁ ଫେରିଥିଲେ |