ଓଡିଶା

odisha

By

Published : Sep 20, 2020, 3:49 PM IST

ETV Bharat / bharat

ରାହୁଲଙ୍କ ଅଭିଯୋଗ, 'ଚାଷୀଙ୍କୁ ପୁଞ୍ଜିପତିଙ୍କ ଗୁଲାମ ବନାଉଛନ୍ତି ପ୍ରଧାନମନ୍ତ୍ରୀ'

କୃଷି ବିଲକୁ ନେଇ ସରକାରଙ୍କ ଉପରେ ଆକ୍ରାମକ ହୋଇପଡିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପୁଞ୍ଜିପତିଙ୍କ ଗୁଲାମ ବନାଇବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ରାହୁଲଙ୍କ ଅଭିଯୋଗ, 'ଚାଷୀଙ୍କୁ ପୁଞ୍ଜିପତିଙ୍କ ଗୋଲାମ ବନାଉଛନ୍ତି ପ୍ରଧାନମନ୍ତ୍ରୀ'
ରାହୁଲଙ୍କ ଅଭିଯୋଗ, 'ଚାଷୀଙ୍କୁ ପୁଞ୍ଜିପତିଙ୍କ ଗୋଲାମ ବନାଉଛନ୍ତି ପ୍ରଧାନମନ୍ତ୍ରୀ'

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ହଙ୍ଗାମା ମଧ୍ୟରେ ରାଜ୍ୟ ସଭାରେ ପାରିତ ହୋଇଯାଇଛି ମୋଦି ସରକାରଙ୍କ ଦ୍ବାରା ପ୍ରସ୍ତାବିତ କୃଷି ବିଧେୟକ । ଏହି ବିଲକୁ ନେଇ ସରକାରଙ୍କ ଉପରେ ଆକ୍ରାମକ ହୋଇପଡିଛି କଂଗ୍ରେସ । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତୁ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପୁଞ୍ଜିପତିଙ୍କ ଗୁଲାମ ବନାଇବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ରାହୁଲ ।

ରାହୁଲଙ୍କ ଅଭିଯୋଗ, 'ଚାଷୀଙ୍କୁ ପୁଞ୍ଜିପତିଙ୍କ ଗୋଲାମ ବନାଉଛନ୍ତି ପ୍ରଧାନମନ୍ତ୍ରୀ'

ରାହୁଲ ଗାନ୍ଧୀ ଟ୍ବିଟ କରି ଲେଖିଛନ୍ତି, ମୋଦି ସରକାରଙ୍କ କୃଷି ବିରୋଧୀ, 'କଳା ଆଇନ' ଦ୍ବାରା ଚାଷୀଙ୍କ ମାର୍କେଟ ସମାପ୍ତ ହେବା ଯୋଗୁଁ ଏମଏସପି କିପରି ମିଳିବ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ମୋଦି ସରକାର ଚାଷୀଙ୍କୁ ପୁଞ୍ଜିପତିଙ୍କ ଗୁଲାମ ବନାଇବାକୁ ପ୍ରୟାସ କରୁଛନ୍ତି, ହେଲେ ଏଥିରେ ସେମାନେ ସଫଳ ହେବେ ନାହିଁ ବୋଲି ରାହୁଲ ଲେଖିଛନ୍ତି ।

ଏହି ପୂର୍ବରୁ ରାହୁଲ ଗାନ୍ଧୀ ଚାଷୀ ବିଧଏୟକକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରଙ୍କ ଉପରୁ ଚାଷୀଙ୍କ ବିଶ୍ବାସ ଉଠିସାରିଥିବା ପ୍ରତିକ୍ରିୟା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ କହିବା ଓ କରିବା ଉପରେ ଅନେକ ଫରକ ରହିଛି ବୋଲି ସେ ମତ ଦେଇଥିଲେ ।

ABOUT THE AUTHOR

...view details