ଓଡିଶା

odisha

ETV Bharat / bharat

ଔରଙ୍ଗାବାଦ ରେଳ ଦୁର୍ଘଟଣା, ନିର୍ମାଣକର୍ତ୍ତାଙ୍କ ପ୍ରତି ଏପରି ବ୍ୟବହାର ଲଜ୍ଜାକର

ଔରଙ୍ଗାବାଦ ରେଳ ଦୁର୍ଘଟଣାରେ ସରକାରଙ୍କୁ ରାହୁଲ ଗାନ୍ଧୀ ପ୍ରଶ୍ନ । ଦେଶର ନିର୍ମାଣକର୍ତ୍ତାଙ୍କ ପ୍ରତି ଏପରି ବ୍ୟବହାର ନିଶ୍ଚିତ ଏକ ଲଜ୍ଜାକର ଘଟଣା । ଅଧିକ ପଢନ୍ତୁ...

By

Published : May 8, 2020, 11:55 AM IST

Updated : May 8, 2020, 12:31 PM IST

ଔରଙ୍ଗାବାଦ ରେଳ ଦୁର୍ଘଟଣା, ନିର୍ମାଣକର୍ତ୍ତାଙ୍କ ପ୍ରତି ଏପରି ବ୍ୟବହାର ଲଜ୍ଜାକର
ଔରଙ୍ଗାବାଦ ରେଳ ଦୁର୍ଘଟଣା, ନିର୍ମାଣକର୍ତ୍ତାଙ୍କ ପ୍ରତି ଏପରି ବ୍ୟବହାର ଲଜ୍ଜାକର

ନୂଆଦିଲ୍ଲୀ: ଦେଶରେ ଲଗାତାର ଗୋଟିଏ ପରେ ଗୋଟିଏ ଦୁଃଖଦ ଘଟଣା ଘଟିବାରେ ଲାଗିଛି । ଆଜି ମହାରାଷ୍ଟ୍ରର ଔରଙ୍ଗାବାଦ ରେଳ ଟ୍ରାକରେ ଶୋଇଥିବା ଶ୍ରମିକଙ୍କ ଉପରେ ଟ୍ରେନ ଚଢିଯାଇ 16 ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଉପରେ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, ମାଲବାହୀ ଟ୍ରେନ ଚଢିଯାଇ ମୃତ୍ୟୁବରଣ କରିଥିବା ଶ୍ରମିକ ଭାଇଭଉଣୀଙ୍କ ଖବର ମୋତେ ସ୍ତବ୍ଧ କରିଛି । ଆମ ଦେଶରେ ନିର୍ମାଣକର୍ତ୍ତା ପ୍ରତିଙ୍କ ଏପରି ବ୍ୟବହାର ନିଶ୍ଚିତ ଏକ ଲଜିତ କଥା । ଏହା ସେ ମୃତକଙ୍କ ସମ୍ବେଦନ ଜଣାଇବା ସହ ଗୁରୁତରଙ୍କୁ ତୁରନ୍ତ ସୁସ୍ଥ ହେବାକୁ କାମନା କରିଛନ୍ତି ।

ସେପଟେ, ଘଟଣା ଉପରେ ପ୍ରଧାନମନ୍ତ୍ରୀ ମୋଦି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଦୁଃଖ ପ୍ରକାଶ କରିଛନ୍ତି । କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ମୋଦି ଘୋଷଣା କରିଛନ୍ତି । ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ରେଳ ମନ୍ତ୍ରଣାଳୟ ।

Last Updated : May 8, 2020, 12:31 PM IST

ABOUT THE AUTHOR

...view details