ଓଡିଶା

odisha

ETV Bharat / bharat

ରାହୁଲଙ୍କୁ ଛାତ୍ରଙ୍କ ପ୍ରଶ୍ନ, ଗରିବଙ୍କୁ ୭୨ ହଜାର ଦେବ କେମିତି ?

ଦେଶର ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବା କଥା କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି । ଏଥି ପାଇଁ ଟଙ୍କା କେଉଁଠୁ ଆସିବ ବୋଲି କଂଗ୍ରେସ ଅଧ୍ଯକ୍ଷ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ଛାତ୍ର । ଜବାବରେ ରାହୁଲ ଗାନ୍ଧି କହିଛନ୍ତି  ଅନୀଲ ଅମ୍ବାନୀ, ନିରବ ମୋଦି, ମେହୁଲ ଚୋକସି, ବିଜୟ ମାଲ୍ୟାଙ୍କ ଟଙ୍କା ଆଣି ଗରିବଙ୍କୁ ବଣ୍ଟାଯିବ।

By

Published : Apr 5, 2019, 11:25 PM IST

Updated : Apr 5, 2019, 11:31 PM IST

ଡିଜାଇନ ଫଟୋ


ନୂଆଦିଲ୍ଲୀ: ସପ୍ତଦଶ ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳର ଟାର୍ଗେଟରେ ଯୁବପୀଢି । ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ଯୁବକ ମତଦାନ କରିବେ। ଏହି କ୍ରମରେ ଯୁବକଙ୍କ ନିକଟତର ହୋଇ ସେମାନଙ୍କ ଆସ୍ଥା ଭାଜନ ହେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରୟାସ ଆରମ୍ଭ କରିଛନ୍ତି ।

ମହାରାଷ୍ଟ୍ର ପୁଣେର ଏକ କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପ୍ରଚାର କାର୍ଯ୍ୟ କରିଛନ୍ତି ରାହୁଲ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ରାହୁଲଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଓ ଏହାର ଉତ୍ତର ରଖିଥିଲେ ରାହୁଲ। ଏହି କ୍ରମରେ କ୍ଷମତାକୁ ଆସିଲେ ଅନୀଲ ଅମ୍ବାନୀ, ନିରବ ମୋଦି, ମେହୁଲ ଚୋକସି, ବିଜୟ ମାଲ୍ୟାଙ୍କ ଟଙ୍କା ଆଣି ଗରିବଙ୍କୁ ବାଣ୍ଟିବା କଥା କହିଛନ୍ତି ରାହୁଲ।

ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କୁ ଜଣେ ଛାତ୍ର ପଚାରିଥିଲେ ଦେଶର ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବା କଥା କଂଗ୍ରେସ ନିଜ ନିର୍ବାଚନୀ ଇସ୍ତହାରରେ ଘୋଷଣା କରିଛି । ଏଥି ପାଇଁ ଟଙ୍କା କେଉଁଠୁ ଆସିବ ବୋଲି ଛାତ୍ରଙ୍କର ପ୍ରଶ୍ନ ଥିଲା। ଜବାବରେ ରାହୁଲ କହିଛନ୍ତି ଅନୀଲ ଅମ୍ବାନୀ, ନିରବ ମୋଦି, ମେହୁଲ ଚୌକସି, ବିଜୟ ମାଲ୍ୟାଙ୍କ ଟଙ୍କା ଆଣି ଗିରବଙ୍କୁ ବଣ୍ଟାଯିବ। ଏଥର ସରକାରକୁ ଆସିଲେ ପ୍ରଥମ ପାଇଲଟ ଯୋଜନା ରୂପେ କାର୍ଯ୍ୟକାରୀ କରାଯିବ ଓ ସାରା ଦେଶରେ ଏହି ନିୟମ ଲାଗୁ କରାଯିବ।

ରାହୁଲ ଆହୁରି କହିଛନ୍ତି ଯେ ଦେଶରେ 24 ଘଣ୍ଟାରେ 27 ହଜାର ଚାକିରୀ ପ୍ରତିବର୍ଷ ଦେଶର ଯୁବକ ହରାଉଛନ୍ତି । ଅନ୍ୟ ପଟେ ପଡୋଶୀ ଚୀନ ନିଜ ଦେଶରେ ରୋଜଗାର ଦେବା ସହ ସୁଯୋଗ ସୃଷ୍ଟି କରିବାରେ ସଫଳ ହେଉଛି। ଏହାସହ ବିମୁଦ୍ରିକରଣ ଏବଂ ଜିଏସଟି ପାଇଁ ଦେଶର ଅର୍ଥବ୍ୟବସ୍ଥାକୁ ଜୋରଦାର ଝଟକା ଲାଗିଥିବା କଥା ସେ କହିଛନ୍ତି। ଅର୍ଥ ବ୍ୟବସ୍ଥାକୁ ସଜାଡିବା କଥା କହିଛନ୍ତି ରାହୁଲ। ସଭାରେ ରାହୁଲ କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ଛାତ୍ରଛାତ୍ରୀଙ୍କ ସାମ୍ନାରେ ରଖିଛନ୍ତି।

Last Updated : Apr 5, 2019, 11:31 PM IST

For All Latest Updates

ABOUT THE AUTHOR

...view details