ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ: ବିଜେପିକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରି କୋରୋନା ଭାଇରସକୁ ଗମ୍ଭୀରତାର ସହ ନେବାର ଥିଲା ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

corona virus
ଫାଇଲ ଫଟୋ

By

Published : Mar 24, 2020, 5:22 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରି କୋରୋନା ଭାଇରସକୁ ଗମ୍ଭୀରତାର ସହ ନେବାର ଥିଲା ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: @RahulGandhi

ଏହାକୁ ନେଇ ‘ମୁଁ ଦୁଃଖିତ, କାରଣ ଏହାକୁ ସମ୍ପୁର୍ଣ୍ଣ ରୂପେ ବେଖାତିର କରାଯାଇଛି । ଆମ ପାଖରେ ଯଥେଷ୍ଟ ସମୟ ଥିଲା । ଏହାକୁ ଗମ୍ଭୀରତାର ସହ ନେବାର ଥିଲା ବୋଲି ଟ୍ବିଟ କରିଛନ୍ତି କଂଗ୍ରେସ ନେତା । ରାହୁଲ ଫେବୃଆରୀ 12ରେ ସତର୍କ ସୂଚନା ଦେଇଥିଲେ ମାତ୍ର ତାଙ୍କ ସୂଚନାକୁ ଗୁରୁତର ସହ ନିଆଯାଇ ନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ହରିୟାଣା ଡାକ୍ତର କାମନା କକ୍କରଙ୍କ ଟ୍ବିଟକୁ ସେୟାର କରି ରାହୁଲ ଗାନ୍ଧୀ ଏହି ଜବାବ ରଖିଛନ୍ତି । ଡାକ୍ତରଖାନାରେ ସରଞ୍ଜାମ ନଥିବା ଓ ସ୍ଥାନ ଅଭାବ ପଡୁଥିବା ନେଇ କାମନା କକ୍କର ଟ୍ବିଟ କରିଥିଲେ । ସେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ୍ କରିଥିଲେ । କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେୱାଲା ମଧ୍ୟ ଟ୍ବିଟରେ କମେଣ୍ଟ କରିଥିଲେ ଓ ଡାକ୍ତରଙ୍କୁ N-95 ମାସ୍କ, ଗ୍ଲୋବ୍ସ, ସୁଟ୍ ଆଦି ଯୋଗାଇ ଦିଅନ୍ତୁ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details