ଓଡିଶା

odisha

ETV Bharat / bharat

ମାନହାନି ମାମଲାରେ ରାହୁଲଙ୍କୁ ଅହମ୍ମଦାବାଦ କୋର୍ଟର ନୋଟିସ

ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଅହମ୍ମଦାବାଦ କୋର୍ଟର ନୋଟିସ । ନିର୍ବାଚନୀ ପ୍ରଚାରରେ ରାହୁଲ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ ।

By

Published : Jul 9, 2019, 1:44 PM IST

ଫାଇଲ ଫଟୋ

ଅହମ୍ମଦାବାଦ: ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହି ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ମାନହାନି ମାମଲାରେ କୋର୍ଟରୁ ନୋଟିସ ।

ନିର୍ବାଚନୀ ପ୍ରଚାରରେ ରାହୁଲ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ପରେ ରାହୁଲଙ୍କ ବିରୋଧରେ ମାନହାନି ମାମଲାରେ ଦାୟର ହୋଇଥିଲା । ଏନେଇ ଅହମ୍ମଦାବାଦ ଅଦାଲତ ରାହୁଲଙ୍କୁ ନୋଟିସ ଜାରି କରିଛି । ଅଗଷ୍ଟ 9 ପୂର୍ବରୁ ରାହୁଲଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details