ଓଡିଶା

odisha

ETV Bharat / bharat

ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ରାହୁଲ

ହିନ୍ଦୁ ପୁରାଣ ଅନୁଯାୟୀ ଆଷାଢ ମାସର ପୂର୍ଣ୍ଣିମା ତିଥିରେ ହିଁ ଗୁରୁପୂର୍ଣ୍ଣିମା ପାଳନ କରାଯାଇଥାଏ। ଏହି ଶୁଭ ଦିନ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

By

Published : Jul 5, 2020, 10:20 AM IST

ସୂର୍ଯ୍ୟ, ଚନ୍ଦ୍ର ଏବଂ ସତ୍ୟ - ଗୌତମ ବୁଦ୍ଧ, ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ରାହୁଲ
ସୂର୍ଯ୍ୟ, ଚନ୍ଦ୍ର ଏବଂ ସତ୍ୟ - ଗୌତମ ବୁଦ୍ଧ, ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ରାହୁଲ

ନୂଆଦିଲ୍ଲୀ : ଆଜି ହେଉଛି ଗୁରୁପୂର୍ଣ୍ଣିମା। ଏହିଦିନ ନିଜ ଗୁରୁଙ୍କ ପ୍ରତି ଆସ୍ଥା ଓ ଭକ୍ତି ଜ୍ଞାପନ କରାଯାଇଥାଏ। ହିନ୍ଦୁ ପୁରାଣ ଅନୁଯାୟୀ ଆଷାଢମାସର ପୂର୍ଣ୍ଣିମା ତିଥିରେ ହିଁ ଗୁରୁପୂର୍ଣ୍ଣିମା ପାଳନ କରାଯାଇଥାଏ। ଏହି ଶୁଭ ଦିନ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

“ତିନୋଟି ଜିନିଷ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚି ରହିପାରିବ ନାହିଁ - ସୂର୍ଯ୍ୟ, ଚନ୍ଦ୍ର ଏବଂ ସତ୍ୟ - ଗୌତମ ବୁଦ୍ଧ । ଗୁରୁ ପୂର୍ଣ୍ଣିମା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି ।''

ଗୁରୁ ପୂର୍ଣ୍ଣିମା ଓଡିଆ ମାସ ଆଷାଢରେ ପୂର୍ଣ୍ଣିମା ଦିନ ପଡିଥାଏ। ହିନ୍ଦୁ, ଜୈନ ଏବଂ ବୌଦ୍ଧଧର୍ମୀମାନେ ଏହାକୁ ଜଣେ ଗୁରୁ ବା ଶିକ୍ଷକଙ୍କୁ ସମ୍ମାନିତ କରିବା ପାଇଁ ପାଳନ କରନ୍ତି। ଯେଉଁମାନେ ଆମ ଜୀବନ ମାଧ୍ୟମରେ ଆମକୁ ଜ୍ଞାନର ପଥରେ ମାର୍ଗଦର୍ଶନ କରନ୍ତି।

ABOUT THE AUTHOR

...view details